ମୁମ୍ବାଇ : ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟ ଯାଉଥିବା ଓଲଟିଲା ବେଟ୍ । ବୋଟ୍ରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩୯ ଜଣଙ୍କୁ ସନ୍ଧାନ କରାଯାଉଛି । ନୀଳକମଳ ନାମକ ଏହି ଘରୋଇ ବୋଟ୍ ଗେଟଓ୍ବେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ବୀପ ପାଇଁ ଯାତ୍ରା ଆରମ୍ଭ କରିଥିଲା । ମୁମ୍ବାଇ ଫେରିବା ସମୟରେ ଏହା ଓଲଟି ପଡିଥିଲା । ଘଟଣା ସ୍ଥଳରେ ତଟ ରକ୍ଷକ ବଳ ଏବଂ ମେରାଇନ ପୋଲିସ ମିଶି ଉଦ୍ଧାର କାମ ଜାରି ରଖିଛି । ଏହାଛଡା ୪ଟି ହେଲିକପ୍ଟର ଉଦ୍ଧାର କାମରେ ନିୟୋଜିତ ରହିଛି ।