ଆଠଗଡ଼ରେ ଦୁଇଟି ହାତୀର ଅସ୍ଥି ଠାବ

ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

0

(ଆଠଗଡ଼) : ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି କ୍ରମରେ ଆଠଗଡ଼ରେ ପୁଣି ଦୁଇଟି ଦନ୍ତାହାତୀର ଅସ୍ଥି କଙ୍କାଳ ଠାବ ହୋଇଛି । ବନ ବିଭାଗ ଏହି ଅସ୍ଥି କଙ୍କାଳ ଠାବ କରିଥିବା ବେଳେ ଏନେଇ ଆଠଗଡ଼ ଡିଏଫ୍‌ଓ ସୂଚନା ଦେଇଛନ୍ତି ।

 

ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଜାନିପଦର ଫରେଷ୍ଟ ବିଟ୍ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ହାଡୁଆ ପ୍ରକଳ୍ପ ନିକଟରୁ ଦୁଇଟି ଦନ୍ତାହାତୀର ଅସ୍ଥି କଙ୍କାଳ ଠାବ ହୋଇଛି । ତେବେ ଅସ୍ଥି କଙ୍କାଳରେ ହାତୀ ଦୁଇଟିର ଦାନ୍ତ ନଥିବା ଦେଖିବାକୁ ମିଳିଛି ।

 

ସୂଚନାନୁଯାୟୀ, ଗତ କିଛି ଦିନ ମଧ୍ୟରେ ଆଠଗଡ଼ରେ ହାତୀ ଶିକାର ଏବେ ଚିନ୍ତାର ବିଷୟ ପାଲଟିଛି। ଏବେ ଅସ୍ଥି କଙ୍କାଳ ନମିଳିବାରୁ ହାତୀ ଦୁଇଟିକୁ କେହି ଦାନ୍ତ ଉଦ୍ଦେଶ୍ୟରେ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ସେହିପରି କିଛି ଦିନ ତଳେ ଏକ ଦନ୍ତାକୁ ଶିକାରୀମାନେ ଗୁଳିମାଡ଼ କରିଥିଲେ । ବନବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ବି ହାତୀଟିର ଜୀବନ ବଞ୍ଚିପାରିନଥିଲେ । ଶେଷରେ ମଙ୍ଗଳବାର ଦିନ ଦନ୍ତାହାତୀଟିର ମୃତ୍ୟୁ ହୋଇଛି ।