ବଡମ୍ବା: ଆଠଗଡ ବଡମ୍ବା ରେଞ୍ଜ ଚନ୍ଦ୍ରଗିରି ଜଙ୍ଗଲରୁ ଆଉ ଏକ ଦନ୍ତାର କଙ୍କାଳ ଜବତ କରାଯାଇଛି । ଜାନିପଦର ବିଟ୍ ହାଉସ୍ ଖାରୋଡ ଗାଁ ନିକଟରୁ କଙ୍କାଳ ମିଳିଛି । କଙ୍କାଳ ମିଳିଥିବା ନେଇ ଡିଏଫ୍ଓ ସୁଦର୍ଶନ ଗୋପିନାଥ ଯାଦବ ସ୍ୱୀକାର କରିଛନ୍ତି । ପୂର୍ବରୁ ୨ଟି ହାତୀ କଙ୍କାଳ ମିଳିଥିବାବେଳେ ବର୍ତ୍ତମାନ ଆଉ ଗୋଟିଏ କଙ୍କାଳ ମିଳିଛି । ତଦନ୍ତର ତଥ୍ୟ ଆଧାରରେ ଆଉ ଏକ କଙ୍କାଳ ମିଳିଛି ବୋଲି ଡିଏଫଓ କହିଛନ୍ତି । ଉଦ୍ଧାର କଙ୍କାଳ ଗୋଟିଏ ଦନ୍ତାର ହୋଇଥିବାବେଳେ ମାତ୍ର କୌଣସି ଦାନ୍ତ ମିଳିନାହିଁ ବୋଲି ସେ କହିଛନ୍ତି । ସମ୍ପୃକ୍ତ ଘଟଣାରେ ଅଭିଯୁକ୍ତ ଧରିବାକୁ ଉଦ୍ୟମ ଜାରି ରହିଛି । ୧୦ ଦିନ ପୂର୍ବେ ଦୁଇଟି ହାତୀ କଙ୍କାଳ ମିଳିଥିଲା । ପୂର୍ବରୁ ସମ୍ପୃକ୍ତ ଜଙ୍ଗଳରୁ ଗୁଳିବିଦ୍ଧ ହାତୀକୁ ଉଦ୍ଧାର କରାଯାଇଥିଲା ତେବେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।