ଭୁବନେଶ୍ୱର: ଗତ 10 ବର୍ଷରେ ହାତୀ ନେଇଛନ୍ତି 1145 ଜୀବନ | 2013-14 ରୁ 2023-24 ଭିତରେ ହାତୀ ମଣିଷ ଲଢେଇରେ ଏତିକି ଲୋକଙ୍କର ମୃତ୍ୟୁ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ | ଆହୁରି ବଡ କଥା ହେଲା 41 ଟି ହାତୀଙ୍କୁ ମାରିଛନ୍ତି ଶିକାରୀ | ସେହିପରି ଗତ 10 ବର୍ଷରେ 719 ହାତୀ ବିଭିନ୍ନ କାରଣ ପାଈଁ ମୃତ୍ୟୁ ବରଣ କରିଛନ୍ତି | ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ |
ସେହିପରି ୧୦ ବର୍ଷ ମଧ୍ୟରେ ୪୮ ଟି କଲରା ପତରିଆ ୭ ଟି ମହାବଳ ବାଘ ଙ୍କର ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୨୫ ଶିକାରୀଙ୍କ ଦ୍ୱାରା ହତ୍ୟା କରାଯାଇଛି । ୪ ଟି ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣାରେ ୨, ରାସ୍ତା ଦୁର୍ଘଟଣା ରେ ୩,ନଦୀ ନାଳ ରେ ବୁଡି କି ୬ ମୃତ୍ୟୁବରଣ କରିଛନ୍ତି । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ପ୍ରଶ୍ନ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ।