ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକ ଗୁରୁତର

0

(ସନ୍ତୋଷ ଲମ୍ବତା / ରାୟଗଡ଼ା ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଈ ପଞ୍ଚାୟତ ର ପେଣ୍ଡିପ୍ରାଷ୍କା ଗାଁ ର ବାଳକ ବୃନ୍ଦା ମିଣିଆକା (୧୫) ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ବାଳକଟି ଗାଈ ଚରାଉଥିବା ବେଳେ ରାୟଗଡ଼ା ଠାରୁ କୋରାପୁଟ ଯାଈ ଥିବା ରେଳ ଲାଇନ୍ ଉପରେ ଥିବା କେ. ଆର ଲାଈନ ବିଦ୍ୟୁତ ଖୁଣ୍ଟ ଊପରୀ ଭାଗରେ ଚଢି ଥିବା ସମୟରେ ବିଦ୍ୟୁତ ସକ୍ ଲାଗି ତଳକୁ ଖସି ପଡି ଥିଲେ । ସାଙ୍ଗ ସାଥି ପରିବାର ଲୋକ ଙ୍କୁ ଖବର ଦେବାପରେ ପରିବାର ଓ ଗାଁ ଲୋକ ପହଞ୍ଚି ବାଳକ ଟି କୁ ଊଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ବାଳକଟି ର ୫୦ ଭାଗ ଶରୀର ପୋଡିଯାଇଥିବା ଜଣାପଡିଛି।