(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ):ରାଜ୍ୟର ବଡ ଶିଳ୍ପାନୁଷ୍ଠାନ, ବିଜୁଳି ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଅଥବା ବିଭିନ୍ନ ଆଳରେ ପଡି ରହିଥିବା ମୋଟା ବିଲ୍ ଆଦାୟ ନକରି କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ପରି ସାଧାରଣ ଲୋକଙ୍କ ଠାରୁ ଯୋର ଜବରଦସ୍ତି ରାଜ୍ୟ ସରକାର ବୋଝ ଲଦି ଦେଉଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଆଜି ଦିନରେ ରାଜ୍ୟର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବୃଦ୍ଧିକୁ ଦୃଢ ବିରୋଧ କରୁଛି ବିଜେପି ।
ଅନ୍ୟପଟେ କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଛି । ଗରିବ ଲୋକଙ୍କ ଠାରୁ ଆଦାୟ ନ କରି ଶିଳ୍ପପତି ଓ ଧନି ଲୋକଙ୍କ ଠାରୁ ବିଜୁଳି ବିଲ ଆଦାୟ କରନ୍ତୁ ବୋଲି କଂଗ୍ରେସର ସୁର ରାଉତରାୟ କହିଛନ୍ତି । ସେ ଯାହା ହେଉ ବିଦ୍ୟୁତ ବିଲ ବଢେଇ ଦେବୁ ନାହିଁ ବୋଲି ସେ କହିଛନ୍ତି ।
କିନ୍ତୁ ଏହି ପ୍ରସଙ୍ଗରେ ବିଜେଡ଼ି କହିଛି ଯେ ସରକାର ଘରୋଇ ଉପଭୋକ୍ତାଙ୍କୁ ସୁରକ୍ଷା ଯୋଗାଇଦେବାରେ ଅଙ୍ଗୀକାର ବନ୍ଧ ଏବଂ ସରକାର ସେ ସମସ୍ତ ବୋଝକୁ ବହନ କରିଛନ୍ତି ବୋଲି ବିଜେଡ଼ି ନେତା ସୁବାଶ ସିଂ କହିଛନ୍ତି ।