ନିର୍ମାଣଧୀନ ବିଲ୍ଡିଂରୁ ଖସିଲା ଲିଫ୍ଟ, ଘଟଣା ସ୍ଥଳରେ ୪ମୃତ

0

ଉତ୍ତରପ୍ରଦେଶର ନୋଏଡାରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣଧାରୀ ବିଲ୍ଡିଂର ଲିଫ୍ଟ ଖସି ପଡିଛି । ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛନ୍ତି । ଏଭଳି ଘଟଣାରେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି । ଆହତ ବ୍ୟାକ୍ତିଙ୍କୁ ନିକଟସ୍ତ ଡାକକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

କୁହାଯାଉଛି ଯେ, ବିସରଖ ଥାନା ଅଞ୍ଚଳରେ ଗୌର ସିଟି ନିକଟରେ ଆମ୍ରପାଲି ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାରି ମଧ୍ୟରେ ଏହି ବିଲ୍ଡିଂର ଲିଫ୍ଟ ହଠାତ ଖସି ପଡ଼ିଥିଲା । ଘଟଣା ପରେ ଦୁର୍ଘଟଣାସ୍ଥଳରେ ଭିଡ଼ ଲାଗିଥିଲା । ଅନ୍ୟ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଖବର ସ୍ଥାନୀୟ ପୋଲିସକୁ ଦିଆଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଡାକ୍ତରଙ୍କ ଏକ ଟିମ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।