ୱାଶିଂଟନ୍:ଏଲନ ମସ୍କ ଗତବର୍ଷ ଅକ୍ଟୋବର ମାସରେ ସେ ଟ୍ୱିଟରକୁ ୪୪ ବିଲିୟନ ଡଲାର ଦେଇ କିଣିଥିଲେ। ଟ୍ୱୁିଟର ସିଇଓ ସବୁବେଳେ କିଛିନା କିଛି କଥାକୁ ନେଇ ଚର୍ଚ୍ଚରେ ରହନ୍ତି । ଏଲନ ମସ୍କଙ୍କ ବିବିସକୁ ଏକ ସାକ୍ଷାତକାରର କିଛି କଥା ସାମ୍ନାକୁ ଆସିଛି । ଯେଉଁଠାରେ ସେ କହିଛନ୍ତି । ଏହା ଅତ୍ୟନ୍ତ ବୋରିଂ, ଏମିତିକି ଅତ୍ୟନ୍ତ ମୁଣ୍ଡବିନ୍ଧାର କାରଣ। ବିଗତ କିଛି ମାସ ହେଲାଣି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ମାନସିକ ଚାପ ବଢ଼ି ଯାଇଛି। କିନ୍ତୁ କମ୍ପାନୀକୁ କିଣି ସେ ଠିକ୍ କରିଥିବା କହିଛନ୍ତି। କାମ କରିବାର ଚାପର ଅର୍ଥ ବେଳେବେଳେ ସେ ଅଫିସ୍ରେ ଶୋଇପଡନ୍ତି। ହେଲେ ଏବେ ଉପଯୁକ୍ତ ଲୋକ ମିଳିଲେ ଟ୍ୱିଟରକୁ ବିକ୍ରି କରିଦେବେ ବୋଲି କହିଛନ୍ତି।
ଛଟେଇ ପ୍ରକ୍ରିୟା ମସ୍କ ପାଇଁ ସବୁଠାରୁ କଷ୍ଟକର ସମୟ ବୋଲି କହିଛନ୍ତି। ତାଙ୍କ ମତରେ ଟ୍ବିଟରରୁ ୮୦ ପ୍ରତିଶକ କର୍ମଚାରୀଙ୍କୁ ବିଦା କରିବା ଏକ ସହଜ ପ୍ରକ୍ରିୟା ନୁହେଁ।ବର୍ତ୍ତମାନ କମ୍ପାନୀର କର୍ମଚାରୀ ସଂଖ୍ୟା ୮୦୦୦ରୁ ୧୫୦୦କୁ ହ୍ରାସ କରାଯାଇଛି। ଏପରିକି ବିଦା କରାଯାଇଥିବା କର୍ମଚାରୀଙ୍କ ସହ ସେ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକଚୁ ସୁଯୋଗ ପାଇନାହାଁନ୍ତି। ସେମାନଙ୍କୁଇ-ମେଲ୍ ଜରିଆରେ ଛଟେଇ ନେଇ ଅବଗତ କରାଯାଇଥିଲା। ଏତେ ସଂଖ୍ୟାରେ କର୍ମଚାରୀଙ୍କ ସହ ମୁହାଁମୁହିଁ ଆଲୋଚନା କରିବା ସହଜ ନଥିବା ସାକ୍ଷାତ୍କାର ଅବସରରେ ମସ୍କ କହିଛନ୍ତି