Xର ମାସିକ ବିଲ୍ ନେବାକୁ ଯୋଜନା କରୁଛନ୍ତି ଏଲନ୍ ମସ୍କ

0

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ବ୍ୟବହାରକାରୀଙ୍କ ପାଇଁ ଏକ ଖବର ସାମ୍ନାକୁ ଆସିଛି । ଏଲନ ମସ୍କ ଯୋଜନା କରୁଛନ୍ତି ମାସକ ବ୍ୟବହାରକରୀଙ୍କ ଠାରୁ ମାସକ ବିଲ ଆଦାୟ କରିବେ । ଏନେଇ ଏଲନ ମସ୍କ କହିଛନ୍ତି । ସେ କହିଛନ୍ତି କି, ଏକ୍ସ ଫ୍ଲାଟଫର୍ମରେ ଦେଖାଦେଉଥିବା ବୋଟସ୍ ସମସ୍ୟାର ସମାଧାନ ପାଇଁ ଏଭଳି କରିବା ନିହାତି ଜରୁରୀ । ହେଲେ କେବେ ଠାରୁ ଓ ମାସିକ କେତେ ଟଙ୍କା ବ୍ୟବହାରକାରୀଙ୍କୁ ପଡିବ ମସ୍କ କିଛି ସ୍ପଷ୍ଟ କରିନାହାନ୍ତି ।

ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ରାନ୍ୟାହୁଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ପ୍ଲାଟଫର୍ମରେ ବୋଟସଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବୋଟସ୍ ଅର୍ଥାତ ନକଲି ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ମାସିକ ଦେୟ ଆଦାୟ କରିବା ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ମସ୍କ କହିଛନ୍ତି କି ଏକ୍ସ ପ୍ଲାଟଫର୍ମରେ ବର୍ତମାନ ୫୫ କୋଟି ବ୍ୟବହାରକାରୀ ଅଛନ୍ତି । ଏମାନେ ମୋଟ ୧୦୦-୨୦୦ ମିଲିୟନ ପୋଷ୍ଟ କରୁଛନ୍ତି ।