ଭାରତ ସେଟେଲାଇଟ EMISAT ଲଞ୍ଚ କରିବ

0

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରେ ଭାରତ ରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ପାଇଁ ଇଲେକଟ୍ରୋନିକ୍ସ ଇଣ୍ଟେଲିଜେନ୍ସି ସେଟେଲାଇଟ EMISAT ଲଞ୍ଚ କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ କହୁଯାଇଛି ଯେ ଏହି ସେଟଲାଇଟ ସହ ୨୮ ଟି ଥର୍ଡ ପାର୍ଟୀ ସେଟଲାଇଟ ମଧ୍ୟ ସଂଯୁକ୍ତ କରାଯିବ । ଏହା ପ୍ରଥମ ଥର ପାଇଁ ହେବ ଯେତେବେଳେ ପିଏସଏଲଭି ଦ୍ୱାରା ପୃଥିବୀରେ ତିନୋଟି କକ୍ଷକୁ ସେଟଲାଇଟ ପଠାଯିବ ।
ଏମିସେଟ ଉପଗ୍ରହର ବ୍ୟବହାରେ ଶତ୍ରୁମାନଙ୍କ ରେଡାରକୁ ଖୋଜିବା ଏବଂ ଯୋଗାଯୋଗ କ୍ଷେତ୍ରରେ ସହଯୋଗ କରିବା ସହ ଉପରୁ ଫଟୋ ଉଠାଇବାରେ ସହଯୋଗ କରିବ । ଡିଆରଡିଓର ପୂର୍ବ ବୈଜ୍ଞାନିକ କହିଛନ୍ତି ମିଲିଟ୍ରି ସେଟେଲାଇଟ ପରି ଏମିସେଟର ମଧ୍ୟ ତିନୋଟି ବିଶେଷତ୍ୱ ରହିଛି । ପ୍ରଥମେ ଏହା ରାଡାର ଗତିବିଧିକୁ ନିରୀକ୍ଷଣ କରିବାରେ ସାହାର୍ୟ୍ୟ କରିବ । ଦ୍ୱିତୀୟରେ ସୀମାରେ ଲାଗିଥିବା ସେନସର ମାଧ୍ୟମରେ ଶତ୍ରୁ ଦେଶର ସ୍ଥଳଭାଗରେ ନଜର ରଖିପାରିବ । ଏବଂ ତୃତୀୟରେ କମ୍ୟୁନିକେସନ ଇଣ୍ଟେଲିଜେନ୍ସି ସାହାର୍ୟ୍ୟରେ ଏହା ଜଣାଯାଇ ପାରିବ ଯେ ସେଠାରେ କେତୋଟି କମ୍ୟୁନିକେସନ ଡିଭାଇସ ସକ୍ରିୟ ରହିଛି ।