ଲକ୍ଷ୍ୟ ପୂରଣ ନହେବାରୁ ଆଣ୍ଠୁରେ ଚାଲିଲେ କର୍ମଚାରୀ

0

ନୂଆଦିଲ୍ଲୀ: ହଜିଯାଇଛି ମାନବିକତା । ଆଉ ସୋଇପଡିଛି ବିବେକ୍ । ଲକ୍ଷ୍ୟ ପୂରଣ ନ ହେବାରୁ ଦିଆଯାଉଛି ଦଣ୍ଡ  । ଆଜ୍ଞା ହଁ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେରଳର ଏକ ଘରୋଇ କମ୍ପାନୀରେ  । ଜଣେ କର୍ମଚାରୀ କମ୍ପାନୀର ମାର୍କେଟିଂ ଫାର୍ମର କାର୍ଯ୍ୟରେ  ଲକ୍ଷ ପୂରଣ କରି ନପାରିବାରୁ ତାଙ୍କୁ ଅମାନବୀୟ ବ୍ୟବହାର କରାଯାଉଥିବା ଭିଡିଓ ସାମ୍ନାକୁ ଆସିଛି  । ଯେଉଁଥିରେ କର୍ମଚାରୀଙ୍କୁ ଶିକୁଳିରେ ବନ୍ଧା କୁରୁର ପରି ଆଣ୍ଠୁରେ ଚାଲିବାକୁ ବାଧ୍ୟ କରାଯାଉଛି  ।

ଯାହା ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭାଇରାଲ ଭିଡିଓ ଟିକୁ ଦେଖି ବେଶ ନିନ୍ଧା କରୁଛନ୍ତି ୟୁଜର । ସେପଟେ ଏହାର ଭିଡିଓ ନିଜ ଫୋନ୍ ରେ ସୁଟିଂ କରୁଛନ୍ତି କମ୍ପାନୀର ପୂର୍ବ ମ୍ୟାନେଜର । ପୋଲିସ୍‌ର କହିବାନୁଯାୟୀ କମ୍ପାନୀ ମାଲିକଙ୍କ ସହ ପୂର୍ବ ମ୍ୟାନେଜର  ବିବାଦ ଥିଲା ।   ଏନେଇ ପୂର୍ବ ମ୍ୟାନେଜର କହିଛନ୍ତି ପ୍ରଶିକ୍ଷାର୍ଥୀଙ୍କ ସହିତ ଏହି ଭିଡିଓ ସୁଟ୍‌ କରିଛନ୍ତି ଆଉ ଦାବି କରିଛନ୍ତି ଯେ, ଏହା ତାଙ୍କ ଟ୍ରେନିଙ୍ଗ ଏକ ଅଂଶ ।  ତେବେ ଏହି ଭିଡିଓ ପାଖାପାଖି  ୪ ମାସ ପୂରର୍ବରୁ ସୁଟ୍‌ କରାଯାଇଥିଲା ।

ବର୍ତ୍ତମାନ ସେହି ମ୍ୟାନେଜର କମ୍ପାନୀ ଛାଡି ସାରିଛନ୍ତି ବୋଲି ପୋଲିସ୍‌ କହିଛି । ଉକ୍ତ କମ୍ପାନୀର କିଛି କର୍ମଚାରୀ କେରଳର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି , ଯେଉଁମାନେ ଟାଗେର୍ଟ ପୂରା କରିବାରେ ବିଫଳ  ସେମାନେ ମ୍ୟାନେଜମେଣ୍ଟ ଦ୍ବାରା ଦଣ୍ଡିତ ହୋଇଥାଆନ୍ତି ।  ଏହି ମାମଲାରେ କେରଳର ଲେବର ଡିପାର୍ଟମେଣ୍ଟ ୱାର୍କ ପ୍ଲେସ୍‌ରେ କରାଯାଉଥିବା ଉତ୍ପିଡନର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ।