(ଗଞ୍ଜାମ / ରଜନୀକାନ୍ତ ପାତ୍ର ) : ଗଞ୍ଜାମ ଜିଲ୍ଲା ରେ ପୁଣି ଥରେ ଏନକାଉଣ୍ଟର ସୂଚନା ମୁତାବକ ଗଂଜାମ ଥାନା ପୋଲିସର ଜୟଶ୍ରୀ କେମିକାଲ ଛକ ନିକଟରେ ଏନକାଉଣ୍ଟର ହୋଇଛି । ବ୍ରହ୍ମପୁର ଗୋଶାଣିନୁଆଗାଁର ଦୁର୍ଦାନ୍ତ ଅପରଧୀ ସୁଶାନ୍ତ ବେହେରା ଓରଫ କୋକ ଗୁରୁତର। ସୁଶାନ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ସୂଚନାଅନୁସାରେ, ଆଜି ସୁଶାନ୍ତ ଗଞ୍ଜାମ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ ରୋଡ଼ରେ ରହିଥିବା ପୋଲିସକୁ ଖବର ମିଳିଥିଲା।ଏହା ଜାଣି ପୋଲିସ ସୁଶାନ୍ତକୁ କାବୁ କରିବା ସମୟରେ ପୋଲିସକୁ ଦେଖି ସୁଶାନ୍ତ ପ୍ରଥମେ ଗୁଳି ମାରିଥିଲା। ତା ପରେ ପୋଲିସର ଗୁଳିରେ ସୁଶାନ୍ତର ବାମ ଗୋଡ଼ରେ ଆଘାତ ଲାଗିଛି । ପ୍ରଥମେ ସୁଶାନ୍ତକୁ ଛତ୍ରପୁର ମେଡ଼ିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ସୁଶାନ୍ତ ଠାରୁ ଗୋଟିଏ ମୋଟର ସାଇକେଲ ସହ ଗୋଟିଏ ମାଉଜର, ଦୁଇଟି ମୋବାଇଲ ମଧ୍ୟ ଜବତ ହୋଇଛି । ଘଟଣାରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।