(ଅନୁସ୍ୱୟା)ଭୁବନେଶ୍ୱର: ପୋଲିସକୁ ବଡ଼ ସଫଳତା । ପୁଲିସର କାର୍ଯ୍ୟନୁଷ୍ଠାନରେ ୨ଜଣ ମାଓବାଦୀ ନିପାତ ହୋଇଛନ୍ତି । ମାଲକାନାଗିରି ସୀମାନ୍ତ ଛତିଶଗଡ଼ କଣ୍ଟାରେ ମାଓବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଫଳରେ ପୋଲିସ ସର୍ଚ୍ଚ ଅପରେଶନ କରିଥିଲା । ଏଠାରେ ମାଓବାଦୀମାନେ ଲୁଚିଥିବା ଖବର ପାଇଥିଲା ପୋଲିସ । ଏହି ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା । ଫଳରେ ପୁଲିସ ପ୍ରତି ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ୨ଜଣ ମାଓବାଦୀ ଟଳିଥିବା ବେଳେ ପୁଲିସ ଅଧିକାରୀଙ୍କର କୌଣସୀ କ୍ଷତି ନହୋଇଥିବା ସୂଚନା ମିଳିଛି ।