( ମମତା ସାମଲ) : ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ମୁନିୱାର୍ଡ ଗ୍ରାମର ଏକ ଘରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଏକ ବନ୍ଦ ଘର ଭିତରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। କିଛି ସମୟ ପରେ ପୋଲିସ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଥିଲା। ମୃତକଙ୍କ ମଧ୍ୟରୁ ଜଣେ ହିଜବୁଲ୍ ମୁଜାହିଦ୍ଦିନର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆଲ୍ତାଙଫ୍ କାଛ୍ରୁ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ। ପୋଲିସ ଓ ସାଧାରଣ ନାଗରିକଙ୍କୁ ହତ୍ୟା ଏବଂ ଆତଙ୍କ ସୃଷ୍ଟିରେ ଆଲ୍ତାଙଫର ସମ୍ପୃକ୍ତି ରହିଛି। ଏବେ ମଧ୍ୟ ଏନ୍କାତଉଣ୍ଟର ଜାରି ରହିଛି। ଘର ଭିତରେ ଆହୁରି ବହୁ ଆତଙ୍କବାଦୀ ଲୁଚିଥିବା ପୋଲିସ ସନ୍ଦେହ କରୁଛି।