ବେଙ୍ଗାଲୁରୁ-: କର୍ଣ୍ଣାଟକର ହୁବଲିରେ ଜଣେ ପାଞ୍ଚ ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ହତ୍ୟାକରିଥିବା ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟରରେ କରିଛି । ଅଭିଯୁକ୍ତର ନାମ ନୀତେଶ କୁମାର ହୋଇଥିବାବେଳେ ସେ ବିହାର ପାଟନାର ବାସିନ୍ଦା ବୋଲି ଜଣା ପଡିଛି ।
ମିଳିଥିବା ପୋଲିସର ସୂଚନା ଅନୁସାରେ ମୃତ ଝିଅଟିର ମାଆ ଘରୋଇ ସହାୟକ ଭାବରେ କାମ କରନ୍ତି, ଏବଂ ସେ କାମକୁ ଯାଇଥିବା ସମୟରେ ତାକୁ ସାଙ୍ଗରେ ନେଇ ଯାଇଥିଲେ । ସେ କାମ କରୁଥିବା ସମୟରେ, ଜଣେ ଅଜଣା ବ୍ୟକ୍ତି ଝିଅଟିକୁ ସେଠାରୁ ନେଇଯାଇଥିଲା । କିଛି ସମୟ ପରେ ଝିଅଟି ନିଖୋଜ ହୋଇଯାଇଥିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କଲେ ଏବଂ କିଛି ସମୟ ପରେ ତାଙ୍କୁ ନିକଟସ୍ଥ ଏକ ଖାଲି କୋଠାରେ ପାଇଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପରିବାର ଲୋକେ ତୁରନ୍ତ ଘଟଣାକୁ ନେଇ ନିକଟସ୍ଥ ହୁବଲିର ଅଶୋକ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ ।
ଘଟଣା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବ ପରେ ପୋଲିସ ଷ୍ଟେଶନ ବାହାରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ନ୍ୟାୟ ଦାବି କରିବାକୁ ଲାଗିଥିଲେ । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରି ଅଭିଯୁକ୍ତ ନୀତେଶ କୁମାର ନିକଟରେ ପହଞ୍ଚି ଥିଲା ।
ନୀତେଶ କୁମାରଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ବଳାତ୍କାର ଏବଂ ହତ୍ୟା ମାମଲା ରୁଜୁ କରାଯାଇଥିଲା । ହୁବଲି ପୋଲିସ ଅଭିଯୁକ୍ତର ପରିଚୟ ନିଶ୍ଚିତ କରିବା ପାଇଁ ତାଙ୍କ ଘରକୁ ନେଉଥିଲା ବେଳେ ସେ ପୋଲିସ ଦଳ ଉପରେ ଆକ୍ରମଣ କରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଜଣେ ପୋଲିସ ଅଧିକାରୀ ଅପରାଧୀକୁ ଅଟକାଇବା ପାଇଁ ଫାଙ୍କା ଗୁଳି ଚଳାଇଥିଲେ, ତଥାପି ସେ ଦୌଡ଼ିବାକୁ ଲାଗିବରୁ ତା ଉପରୁ ଗୁଳି ଚଳାଇଥିଲେ । ଦୁଇଟି ଗୁଳି ଅପରାଧୀ ଦେହରେ ବାଜିଥିଲା । ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।