ପୁରୀ : ଚିଲିକାରେ ଡଲଫିନ୍ ଗଣନା ଶେଷ ହୋଇଛି । କିନ୍ତୁ ଏଯାବତ୍ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇନଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଡଲଫିନ୍ ସଂଖ୍ୟା ବୃଦ୍ଧି ପାଇଁ ଚଳିତ ବର୍ଷ ଚିଲିକାରେ ଚିଙ୍ଗୁୁଡିଘେରି କିଛି ମାତ୍ରାରେ ଉଚ୍ଛେଦ କରାଯାଇଥିଲା , କିନ୍ତୁ ଯେଉଁ ପରିମ।।ଣ ରେ ଡଲଫିନ୍ ବଢିବ ବୋଲି ଆଶା କରାଯାଉଥିଲା ସେପରି ବୃଦ୍ଧି ଘଟିନଥିବା ଜଣେର ଅଧିକାରୀ ସୂଚନା ଦେଇଛନ୍ତି । ରବିବାର ଦିନ ଡଲଫିନ୍ ଗଣନା କାର୍ୟ୍ୟକ୍ରମରେ ବନବିଭାଗର ବରିଷ୍ଠ ଅଧିକାରୀ, ସିଡିଏ ଅଧିକାରୀ, ଡଲଫିନ୍ ବିଶେଷଜ୍ଞ, ପରିବେଶବିତ୍, ସ୍ଥାନୀୟ ମୋଟର ବୋଟ୍ ସଂଘର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସାତପଡା, ଚିଲିକା, ବାଲୁଗାଁ, ନୂଆପଡା, ରମ୍ଭା ଓ ବରକୁଳ ଇତ୍ୟାଦି ଚିଲିକାକୁ ୧୮ଟି ରେଞ୍ଜରେ ବିଭକ୍ତ କରାଯାଇଥିଲା। ସାତପଡା ନିକଟରୁ ୮ଟି ଦଳ ଚିଲିକାରେ ଡଲଫିନ୍ ଗଣନାରେ ସାମିଲ ହୋଇଥିଲେ।
ଡଳଫିନ୍ ଗଣନା ପାଇଁ ଗଣନାକାରୀ ଦଳକୁ ଜିପିଏସ୍ ବାଇନା କୁଲାର, ୱାକିଟିକ ପ୍ରଭୂତି ଯନ୍ତ୍ର ଯୋଗାଇ ଦିଆଯାଇଥିବା ଚିଲିକା ଅତିରିକ୍ତ ବନ୍ୟପ୍ରଣୀ ଉପଖଣ୍ଡ ଅଧିକାରୀ ଶରତଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଗତକାଲି ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ସକାଳ କୁୁହୁଡି ପାଇଁ ଗଣିବାରେ କିଛି ସମୟ ଅସୁବିଧା ହୋଇଥିଲା । ସୂଚନାନୁସାରେ ୨୦୦୬ମସିହାରେ ଡଲଫିନ୍ ସଂଖ୍ୟା ୧୩୧ଥିବା ବେଳେ ଉକ୍ତ ବର୍ଷ ୧୧ଟି ଡଲଫିନଙ୍କ ମୃତ୍ୟୁ ହୋଇଥିଲା। ୨୦୦୭ମସିହାରେ ଡଲଫିନ୍ ସଂଖ୍ୟା ୧୩୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ଥିଲା । ୨୦୦୮ମସିହାରେ ଡଲଫିନ୍ ସଂଖ୍ୟା ୧୩୮ ଥିବା ବେଳେ ୮ ମୃତ୍ୟୁ ହୋଇଥିଲା । ୨୦୦୯ରେ ଡଲଫିନ୍ ସଂଖ୍ୟା ୧୪୬ଥିବା ବେଳେ ମୃତ ସଂଖ୍ୟା ୬ଥିଲା। ୨୦୧୦ରେ ଡଲଫିନ୍ ସଂଖ୍ୟା ୧୫୭ ଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ଥିଲା । ୨୦୧୧ରେ ଡଲଫିନ୍ ସଂଖ୍ୟା ୧୫୭ଥିବା ବେଳେ ୨୦୧୨ରେ ୧୪୫, ୨୦୧୩ରେ ୧୫୨, ୨୦୧୪ରେ ୧୪୪, ୨୦୧୫ରେ ୧୩୪, ୨୦୧୬ରେ ୧୪୫, ୨୦୧୭ରେ ୧୨୧, ୨୦୧୮ରେ ୧୫୫ଥିବା ବେଳେ ୨୦୧୯ରେ ଡଲଫିନ୍ ସଂଖ୍ୟା ୧୫୦ ଓ ୨୦୨୦ରେ ୧୫୬ ରହିଥିବା ବନବିଭାଗ ସୂଚନା ଦେଇଛି। ଚଳିତବର୍ଷ ସମସ୍ତ ଜୋନରେ ଗଣନା ଫଳାଫଳ ହସ୍ତଗତ ହେବା ପରେ ଏମାନଙ୍କ ସଂଖ୍ୟା କେତେ ତାହା ଜଣାପଡ଼ିବ ବୋଲି ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
Edit by Sushree Biswajeeta