କଟକ: କଟକ ମାଲଗୋଦାମ ଅଞ୍ଚଳରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି । ମାଲଗୋଦାମ ଗୁଡସେଡ୍ ଅଞ୍ଚଳରେ ଥିବା ଏକ ଦୋକାନରୁ ଅପମିଶ୍ରିତ ଲଙ୍କା, ଜିରା ଗୁଣ୍ଡ,ହଳଦୀ ଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି । ପାଖାପାଖି ୫ କ୍ୟୁଣ୍ଟାଲ ଅପମିଶ୍ରିତ ମସଲା ଜବତ କରିବା ସହ ମସଲା ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରିଛି ଟିମ୍ । ଏହା ସହ ଦୋକାନକୁ ସିଲ କରିଛି ସିଏମସି ଟିମ୍ । ଜଣେ ଅସାଧୁ ବ୍ୟବସାୟୀ ଏସବୁକୁ ବିକ୍ରି କରୁଥିଲେ । ଶସ୍ତାରେ ଆଖପାଖ ଅଞ୍ଚଳକୁ ବିକ୍ରି କରାଯାଉଥିଲା ଏହି ସାମଗ୍ରୀ । ମସଲାର ଅପମିଶ୍ରଣ ପାଇଁ ବିଭିନ୍ନ ଚାଉଳ ଗୁଣ୍ଡକୁ ବ୍ୟବହାର କରାଯାଉଥିଲା । ଭୁବନେଶ୍ୱର ଲାବୋରେଟୋରୀରେ ଏହି ମସଲାର ପରୀକ୍ଷଣ କରାଯିବ । ତେବେ ପୂର୍ବରୁ ମଧ୍ୟ କଟକ ଅଞ୍ଚଳରୁ ବହୁ ନକଲି ସାମଗ୍ରୀ ଜବତ କରାଯାଇଛି । ପୂର୍ବରୁ ନକଲି ଔଷଧ ସମସ୍ତଙ୍କୁ ଚକିତ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ନକଲି ସସ୍ ର ମଧ୍ୟ ଜବତ କରାଯାଉଥିଲା ।