କେଶ ପ୍ରତିରୋପଣ ସମୟରେ ଜଣେ ଇଞ୍ଜିନିୟର (AE))ଙ୍କ ମୃତ୍ୟୁ। କେଶ ପ୍ରତିରୋପଣ ପାଇଁ ଇଞ୍ଜିନିୟର ଜଣକ ଏକ ଘରୋଇ କ୍ଲିନିକ୍ ଯାଇଥିଲେ। ସେଠାରେ ଜଣେ ମହିଳା ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେବା ମାତ୍ରେ ତାଙ୍କ ମୁହଁ ଫୁଲିଗଲା ଏବଂ ଅବସ୍ଥା ଖରାପ ହେବାକୁ ଲାଗିଲା ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଜିଭନ ଚାଲିଯାଇଥିଲା । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁରରେ।
ସୂଚନା ମୁତାବିକ ରାୱତପୁର ଥାନା ଅଞ୍ଚଳର ଅଫିସର କଲୋନିର ବାସିନ୍ଦା ଇଞ୍ଜିନିୟର ବିନୀତ ଦୁବେ ମାର୍ଚ୍ଚ ୧୩ ତାରିଖରେ କେଶ ପ୍ରତିରୋପଣ ପାଇଁ ଏମ୍ପାୟାର ବରାହୀ କ୍ଲିନିକର ଡାକ୍ତର ଅନୁଷ୍କା ତିୱାରୀଙ୍କ ପାଖକୁ ଯାଇଥିଲେ। କେଶ ପ୍ରତିରୋପଣ ସମୟରେ ଅବସ୍ଥା ଆହୁରି ଖରାପ ହୋଇଗଲା ପତ୍ନୀ ଜୟା କହିଥିଲେ ଯେ ଡାକ୍ତର ଅନୁଷ୍କା ଫୋନ୍ କରି ଜଣାଇଥିଲେ ଯେ ବିନୀତଙ୍କ ମୁହଁରେ ସାମାନ୍ୟ ଫୁଲା ଅଛି। ଯାହା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ଯାଉଛି। ଚିକିତ୍ସା ସମୟରେ ତାଙ୍କର ୧୪ ମାର୍ଚ୍ଚରେ ମୃତ୍ୟୁ ହୋଇଥିଲା। ଇଞ୍ଜିନିୟରଙ୍କ ପରିବାର ୫୪ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଏକ ଏଫଆଇଆର ରୁଜୁ କରିଛି।
ମାମଲା ପଞ୍ଜିକରଣ କରିବା ପାଇଁ ଇଞ୍ଜିନିୟରଙ୍କ ସ୍ତ୍ରୀ ବାରମ୍ବାର ପୋଲିସ ଷ୍ଟେସନ, ଆଉଟପୋଷ୍ଟ, ଏସିପି, ଡିସିପି ଅଫିସକୁ ଯାଉଥିଲେ। କିନ୍ତୁ ତାଙ୍କର ନିବେଦନ କୌଣସି ସ୍ଥାନରେ ଶୁଣାଗଲା ନାହିଁ। ଘଟଣା ପରେ, ଡାକ୍ତର ତାଙ୍କ କ୍ଲିନିକ୍ ଏବଂ ମୋବାଇଲ୍ ଫୋନ୍ ବନ୍ଦ କରି ପଳାଇଗଲେ। ରାୱତପୁର ପୋଲିସ ଏକ ରିପୋର୍ଟ ପଞ୍ଜିକୃତ କରିଛି। ଇଞ୍ଜିନିୟରଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ, ଡାକ୍ତରଙ୍କ ବିରୋଧରେ ଅବହେଳା ଯୋଗୁଁ ମୃତ୍ୟୁ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ କରାଯିବ ଏବଂ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।