ରାଜ୍ୟରେ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ
ଆଜିଠୁ ରାଜ୍ୟର ଆଇଟିଆଇ, ପଲିଟେକନିକ୍, ଇଞ୍ଜିନିୟରିଂ କଲେଜ ସମେତ ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି ।
(ଭୁବନେଶ୍ୱର) : ଆଜିଠୁ ରାଜ୍ୟର ଆଇଟିଆଇ, ପଲିଟେକନିକ୍, ଇଞ୍ଜିନିୟରିଂ କଲେଜ ସମେତ ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି । ଅନ୍ୟ କ୍ଲାସ୍ ଗୁଡ଼ିକ ପରିସ୍ଥିତି ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।
ସୂଚନାନୁଯାୟୀ , ରାଜ୍ୟ ସରକାରଙ୍କ ଏସ୍ଓପି ଅନୁସାରେ ସମସ୍ତ ଅନୁଷ୍ଠାନ ଖୋଲାଯାଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍ ବ୍ୟବସ୍ଥା କରାଯିବ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଅଗଷ୍ଟ ମାସର କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି । ଶେଷ ବର୍ଷର ଛାତ୍ରଛାତ୍ରୀ ହିଁ ହଷ୍ଟେଲ୍ରେ ରହିବାର ସୁଯୋଗ ପାଇବେ । କ୍ଲାସରୁମ୍ ଓ ହଷ୍ଟେଲ ପରିସରରେ ସାମାଜିକ ଦୂରତା ଅବଲମ୍ୱନ, ମାସ୍କ ପରିଧାନ, ସ୍କିନିଂ ବ୍ୟବସ୍ଥା ଆଦି କଡ଼ାକଡ଼ି ପାଳନ ପାଇଁ ବିଭାଗ କହିଛି । କୋଭିଡ ଗାଇଡଲାଇନ୍ ଅନୁଯାୟୀ ପିଲାଙ୍କ କ୍ଲାସରୁମ୍ ଓ ହଷ୍ଟେଲରେ ବସିବାର ବନ୍ଦୋବସ୍ତ ସହିତ ସାମାଜିକ ଦୂରତା ଅବଲମ୍ବନ କରାଯିବ ।