ଆଜି ଇଂଜିନିୟରର୍ସ ଡେ’ । ଆଜି ଦିନରେ ଇଞ୍ଜିନିୟରମାନେ ସେଲିବ୍ରେସନ କରିବା ଦିନଟି । ହେଲେ ଭୁବନେଶ୍ୱର ଜଳ ସମ୍ପଦ ବିଭାଗର ସେଚ ସଦନ ସାମ୍ନାରେ ଇଞ୍ଜିନିୟରିଙ୍ଗ ପିଲାଙ୍କ ଅଭିନବ ପ୍ରତିବାଦ କରୁଛନ୍ତି । ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଛନ୍ତି ଶହ ଶହ ଇଞ୍ଜିନିୟରିଙ୍ଗ ପିଲା । ଜଳ ସମ୍ପଦ ବିଭାଗରେ ସେମାନଙ୍କୁ ଚାକିରି ମିଳୁନି, ବାରମ୍ବାର ସରକାରଙ୍କ ତରଫରୁ ସରକାରୀ ପଦ ପଦବୀ ପାଇଁ ପୋଷ୍ଟ ବାହାରୁଛି । ହେଲେ ସେମାନେ ଗେଟ୍ ପାସ କରିବା ପରେ ମଧ୍ୟ ତାଙ୍କୁ ଚାକିରୀ ମିଳୁ ନଥିବାରୁ ଆଜିର ଦିନରେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ଇଞ୍ଜିନିୟରିଙ୍ଗ ଛାତ୍ରଛାତ୍ରୀ ।