ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ଇଂଜିନିୟରସ ଦିବସ ପାଳିତ

0

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଶ୍ୱନାଥ କନଫେରାନ୍ସ ହଲ ଠାରେ ଇଂଜିନିୟରସ ଦିବସ ପାଳିତ ହୋଇ ଯାଇଛି। ଏହି ବୈଠକରେ ମମତା କୁମାରୀ ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଇଂଜିନିୟର ନାଗେଶ୍ୱର ସେନାପତି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂଜିନିୟର ଜ୍ୟୋତିରାଜ୍ ଅଧିକାରୀ ଜିଲ୍ଲା ପରିଷଦ ଯୋଗ ଦେଇଥିଲେ।ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଏହି ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ଡିପ୍ଲୋମା ଇଂଜିନିୟରର ସମ୍ପାଦକ ଇଂଜିନିୟର ଶିବ ପ୍ରସାଦ ପାଳ ଭାରତ ରତ୍ନ ଏମ୍ ବିଶ୍ଵେସ୍ବରାୟଙ୍କ ଜନ୍ମ ଦିନ ହୋଇ ଥିବାରୁ ତାଙ୍କର ଜୀବନୀ ବିଷୟରେ  ନିଜର ମତ ରଖିଥିଲେ। ପରେ ରାମକୋ ସିମେଣ୍ଟ ର ପ୍ରତିନିଧି ମାନେ  ରାମକୋ ସିମେଣ୍ଟର ଗୁଣାତ୍ମକ ବିଷୟରେ ଜଣାଇଥିଲେ। ପରିଶେଷରେ ଇଂଜିନିୟର ଡିପ୍ଲୋମା ଇଂଜିନିୟରର ସମ୍ପାଦକ ଶିବ ପ୍ରସାଦ ପାଳ ଓ ରାମକୋ ସିମେଣ୍ଟର ସମ୍ପାଦକ ଇଂଜିନିୟର କୃଷ୍ଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଇଂଜିନିୟର ଦିବସ ଡିପ୍ଲୋମା ଇଂଜିନିୟର ସଙ୍ଘ ଓ ରାମକୋ ସିମେଣ୍ଟ ଲିମିଟେଡ଼ ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଳକର ଇଂଜିନିୟର ବିଭିନ୍ନ ବିଭାଗର ଇଂଜିନିୟର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।