ଝିଅ ବାହାଘରରେ ଧୁମ ମଚାଇଲେ ମିଷ୍ଟର ଇଣ୍ଡିଆ
ବଲିଉଡର ମିଷ୍ଟର ଇଣ୍ଡିଆ ଅନିଲ କପୁର। ଝିଅ ବାହାଘରରେ ସେ ଖୁସିରେ ନାଚୁଛନ୍ତି। ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ବଲିଉଡର ମିଷ୍ଟର ଝାକାସ୍।
(ମୁମ୍ବାଇ) : ବଲିଉଡର ମିଷ୍ଟର ଇଣ୍ଡିଆ ଅନିଲ କପୁର। ଝିଅ ବାହାଘରରେ ସେ ଖୁସିରେ ନାଚୁଛନ୍ତି। ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ବଲିଉଡର ମିଷ୍ଟର ଝାକାସ୍। ପୂରାପୁରି ପାର୍ଟି ମୁଡ଼ରେ ନଜର ଆସିଛନ୍ତି ଅନିଲ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ନିକଟରେ ବିବାହ କରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ରିଆ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବୁଲାନିଙ୍କ ସହ ନେଇଛନ୍ତି ସାତ ଫେରା। ବେଶ୍ ସିକ୍ରେଟ ଢ଼ଙ୍ଗରେ ତାଙ୍କର ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ରିଆଙ୍କ ବିବାହର ଦିନକ ପରେ ହୋଇଥିଲା ତାଙ୍କ ରିସେପସନ ପାର୍ଟି।
ସୂଚନାନୁଯାୟୀ , ଅନିଲ କପୁରଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ଏହି ରିସେପସନ ପାର୍ଟି ଆୟାଜିତ କରାଯାଇଥିଲା। ଏଥିରେ ବି-ଟାଉନର ବଡ ବଡ ସେଲେବ୍ରିଟିମାନେ ଯୋଗ ଦେଇ ଖୁବ୍ ମସ୍ତି କରିଥିଲେ। ଏ ସମସ୍ତଙ୍କ ଭିତରେ ଅନିଲ କପୁର ମଧ୍ୟ ପଛକୁ ହଟିନଥିଲେ। ଝିଅ ବାହାଘର ଖୁସିରେ ସେ ମଧ୍ୟ ଧୁମ୍ ମସ୍ତି କରିଥିଲେ। ତାଙ୍କ ଷ୍ଟାଇଲରେ ସେ କରିଥିଲେ ଡ୍ୟାନ୍ସ। କେବଳ ସେତିକି ନୁହେଁ ବାପା ଅନିଲଙ୍କ ଡ୍ୟାନ୍ସ ଦେଖି ଝିଅ ରିଆ ମଧ୍ୟ ଆଉ ରହିପାରି ନଥିଲେ। ସେ ମଧ୍ୟ ବାପାଙ୍କ ସହ ତାଳରେ ତାଳ ମିଶାଇ ନାଚିଥିଲେ। ଫିଲ୍ମମେକର ଫାରା ଖାନ୍ ଅନିଲ ଏବଂ ରିଆଙ୍କ ଏହି ଦମଦାର ଡ୍ୟାନ୍ସକୁ ନିଜ ଇନ୍ଷ୍ଟାଗ୍ରାମରେ ସେଆର କରିଛନ୍ତି। ଏଥିସହ ଏକ ସୁନ୍ଦର ମେସେଜ ମଧ୍ୟ ଲେଖିଛନ୍ତି। ଭିଡିଓରେ ଅନିଲ କପୁର ରିଆଙ୍କ ସହ ମିଶି ‘ଅଭି ତୋ ପାର୍ଟି ସୁରୁ ହୁଇ ହୈ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି।