କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା: ୫୦ ମିଟର ଆଗକୁ ଦୃଶ୍ୟମାନ କଷ୍ଟକର

0

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଜାରି ରହିଛି  ଶୀତର ପ୍ରଭାବ ।   ଜାନୁଆରୀ ପ୍ରଥମ ସପ୍ତାହରୁ ସାରା ଓଡିଶାରେ ଶୀତ ଜୋର ଧରିଛି। କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି। ୫୦ ମିଟର ଆଗକୁ ଦୃଶ୍ୟମାନ କଷ୍ଟକର ହୋଇପଡିଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତଘାଟ ଦେଖାଯାଇନଥିଲା। କୋଣାର୍କରେ ଘନ କୁହୁଡ଼ି ଯୋଗୁଁ ଲୁଚି ଯାଇଛି ବ୍ଲାକ ପାଗୋଡ଼। ଫଳରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ପର୍ଯ୍ୟଟକ।

ଅନ୍ୟପଟେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ଜାଡ଼ ରହିବ। ୨ ଦିନ ପରେ ଶୀତ କମିବା ନେଇ ପୂର୍ବାନୁମାନ କରିଛି। ୨ ଦିନ ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ହବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେପଟେ ଆସନ୍ତା ୨ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି।