ତାଳଚେର: ତାଳଚେର ରେ ଚାଲିଛି ବେଧଡ଼କ ଇଟା କାରବାର । ୨୦୧୩ ମସିହାରୁ ଇଟା ଭା ଟି କୁ ସରକାର ସମ୍ପୁର୍ଣ୍ଣ ନିଷେଧ କରିଥିଲେ ମଧ୍ୟ କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ସହାୟତାରେ ଇଟା ଭାଟି ମାଫିଆ ଆଇନ କୁ ଠେଙ୍ଗା ଦେଖେଇ ଜୋର ଜବରଦସ୍ତ ଇଟା ପୋଡିକି ଲକ୍ଷ ଲକ୍ଷ ଟଙ୍କା ରୋଜ଼ଗାର କରୁଛନ୍ତି । ଆଜି ତାଳଚେରର କଙ୍କିଳି ଗ୍ରାମଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀକୂଳରେ ଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ବେଆଇନ ଇଟା ଭାଟିକୁ ଜେସିବି ମେସିନ ସାହାଯ୍ୟରେ ତାଳଚେର ପ୍ରଶାସନ ତରଫରୁ ଭଙ୍ଗା ଯାଇଛି । ଇଟା ଭାଟି ଥିବାରୁ ଏ ଅଞ୍ଚଳରେ ପ୍ରଦୂଷଣ ହେବାସହିତ ଜନଜୀବନ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏତେ ପରିମାଣରେ ଇଟା ଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ କିପରି ଜାଣିପାରୁନଥିଲା ତାହା ବଡ ପ୍ରଶ୍ନ।କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ସହାୟତାରେ ଇଟା ମାଫିଆ ବେଧଡ଼କ ଇଟା ପୋଡି ନିଜ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ।ବେଆଇନ ଇଟା ଭାଟି ଚାଲୁଥିବା ଖବର ପାଇ ତାଳଚେର ତହସିଲ ଦାର,ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ସହିତ ତାଳଚେର ସଦର ଥାନାର ପୋଲିସ ଇଟା ଭାଟିକୁ ସିଲ କରିବା ସହିତ ଭାଟିରେ ଥିବା ସମସ୍ତ ଇଟା କୁ ନଷ୍ଟ କରିଥିଲେ ।