ପଞ୍ଚାମୃତରେ ମିଶାଉଛନ୍ତି ନପୁଂସକ ଔଷଧ : ତାମିଲନାଡୁର ଅନ୍ୟ ଏକ ମନ୍ଦିରରେ ବିବାଦ

0

ବ୍ୟୁରୋ : ତାମିଲନାଡୁର ଅନ୍ୟ ଏକ ମନ୍ଦିରର ପଞ୍ଚାମୃତକୁ ନେଇ ହୋଇଛି ବଡ ବିବାଦ । ପୁରୁଷଙ୍କ ପାଇଁ ପଞ୍ଚାମୃତ ପାଲଟିଛି ବିଷ । ତିରୁପତି ବାଲାଜୀ ମନ୍ଦିର ଲଡୁର ପବିତ୍ରତାକୁ ନେଇ ବିବାଦ ଉପୁଜିଥିବାବେଳେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆଉ ଏକ ମନ୍ଦିରରେ ପଞ୍ଚାମୃତରେ ନପୁଂସକତା ଔଷଧ ମିଶୁଥିବା ଭଳି ବିବାଦୀୟ ବୟାନ ରଖିଛନ୍ତି ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ଜି. କାସତ୍ରିୟନ । ଏହି ବୟାନ ଆଧାରରେ ସେ ଗିରଫ ହୋଇଛନ୍ତି ।
ଖବର ଅନୁଯାୟୀ, ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଲୋକପ୍ରିୟ ତାମିଲ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ଜି. କାସତ୍ରିୟନ ତିରୁପତି ମନ୍ଦିର ଲଡୁରେ ଚର୍ବି ମିଶିବା କଥାକୁ ନେଇ ଆଲୋଚନା କରୁଥିଲେ । ଏହାରି ଭିତରେ ମୋହନ ଅଭିଯୋଗ କରିଥିଲେ ଯେ, ପାଲାନି ମନ୍ଦିର ପଞ୍ଚାମୃତରେ ପୁରୁଷ ମାନଙ୍କ ଠାରେ ନପୁଂସକତା ସୃଷ୍ଟି କରୁଥିବା ଔଷଧ ମିଶ୍ରିଣ କରାଯାଉଛି ।
ବିବୃତ୍ତିରେ ଏହା ପ୍ରକାଶ କରିଥିଲେ କି, ଥରେ ପାଲାନି ମନ୍ଦିରର ପଞ୍ଚାମୃତରେ ପୁରୁଷ ମାନଙ୍କ ଠାରେ ନପୁଂସକତା ସୃଷ୍ଟି କରୁଥିବା ଔଷଧ ମିଶ୍ରିଣ କରାଯାଇଥିଲା । ଏହି ଘଟଣାକୁ ଗୋପନୀୟ ରଖାଯାଇଛି । ତେବେ ଏହା ପରେ ତାମିଲନାଡୁର ହିନ୍ଦୁ ଧର୍ମ ଏବଂ ଧର୍ମାର୍ଥ ବ୍ୟବସ୍ଥାର ମନ୍ତ୍ରୀ ଶେଖର ବାବୁ ମୋହନ ବିବୃତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ । ନିର୍ଦ୍ଦେଶକ ମୋହନ ଜି. କାସତ୍ରିୟନଙ୍କ ନାମରେ ଧାର୍ମିକ ଭାବନାକୁ କୁଠାରଘାତ କରି ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏହି ବିବାଦୀୟ ବିବୃତ୍ତି କାରଣରୁ ତ୍ରିଚି ପୋଲିସର ସାଇବର କ୍ରାଇମ ସେଲ ମଙ୍ଗଳବାର ନିର୍ଦ୍ଦେଶକ ମୋହନ ଜି. କାସତ୍ରିୟନଙ୍କୁ ଗିରଫ କରିଛି ।