ପଶ୍ଚିମବଙ୍ଗ: ରାଜ୍ୟ ସରକାରଙ୍କ ବଡ ବୟାନ । ଯେତେ ଆନ୍ଦୋଳନ କଲେ ବି ବଢିବନି ଡିଏ । ଏପରିକି ତାଙ୍କ ମୁଣ୍ଡ କାଟି ଦେଲେବି ମହଙ୍ଗା ଭତ୍ତା ବଢାଇବେନି ବୋଲି ସଫା ସଫା ମନା କରିଦେଇଛନ୍ତି ପଶିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାର ଦେଉଥିବା ମହାଙ୍ଗା ଭତ୍ତା ସହ ସମାନ ଡିଏ ଦାବି କରି ଅନ୍ଦୋଳନ କରୁଛନ୍ତି ପଶ୍ଚିମବଙ୍ଗର ସରକାରୀ କର୍ମଚାରୀ । କର୍ମଚାରିଙ୍କ ଏହି ଆନ୍ଦୋଳନକୁ ବିରୋଧୀଙ୍କ ଚାଲ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ପଶ୍ଚମବଙ୍ଗର ସଂଗ୍ରାମୀ ଯୋଦ୍ଧା ମଂଚ ସମେତ ଅନେକ କର୍ମଚାରୀ ସଂଗଠନ ଆନ୍ଦୋଳନ ଯାରି ରଖିଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ଆଲୋଚନା ହେଉଛି । ଏହାରି ଭିତରେ କେନ୍ଦ୍ର ସରକର ଓ ରାଜ୍ୟ ସରକାରଙ୍କ ବେତନ ମଧ୍ୟରେ ଥିବା ଅନ୍ତରକୁ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିସହ ବିଜେପି ଶାସିତ ରାଜ୍ୟ ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ସରକାର କର୍ମଚାରୀଙ୍କୁ ପେନସନ ଦେଉନଥିବା ବେଳେ ପଶ୍ଟିମବଙ୍ଗ ସରକାର ତାହା ଦେଉଥିବା କହିଛନ୍ତି ମମତା ବାନାର୍ଜୀ ।