ଭୁବନେଶ୍ୱର: ‘୧ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା’ ଯୋଜନା ଟଙ୍କା । ଆକାଉଣ୍ଟକୁ ୧ଟଙ୍କା ନଆସିଥିଲେ ବି ୧୭ ରେ ପାଇବେ ସୁଭଦ୍ରା ଟଙ୍କା । ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦେଇଛନ୍ତି ସୂଚନା । ଆକାଉଣ୍ଟକୁ ୧ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିଲା କହିଲେ ଉପମୁଖ୍ୟମନ୍ତ୍ରୀ । ‘ ସିଷ୍ଟମ ଚେକ୍ କରିବାକୁ ଆକାଉଣ୍ଟକୁ ୧ଟଙ୍କା ଲେଖାଏଁ ପଠାଯାଇଥିଲା । ଯାହା ଆକାଉଣ୍ଟକୁ ୧ଟଙ୍କା ଯାଇନଥିବ , ସେ ବି ସୁଭଦ୍ରା ଟଙ୍କ ପାଇବେ’ । ସବୁ ଯୋଗ୍ୟ ହିତାଧିକାରୀ ପାଇବେ , ଆକାଉଣ୍ଟକୁ ଟଙ୍କା ଦିଆଯିବ । ୧୭ତାରିଖ ପାର ବି ଆବେଦନ କରିପାରିବେ , ନିଶ୍ଚିତ ଟଙ୍କା ପାଇବେ’ । ବାହାରେ ଥିଲେ ବି ଯେବେ ଆସି ଆବେଦନ କରିବେ ଟଙ୍କା ପାଇବେ’ ।