ଅମୃତଭଣ୍ଡା ବି ଆପଣଙ୍କ ପାଇଁ ସାବ୍ୟସ୍ତ ହୋଇପାରେ କ୍ଷତିକାରକ!

0

Health Tips : ସୁସ୍ଥ ଶରୀର ପାଇଁ ସମସ୍ତେ ଚେଷ୍ଠିତ । ବର୍ତ୍ତମାନର ଆଧୁନିକ ସମାଜରେ ସବୁ କିଛି ପରିବର୍ତ୍ତନଶୀଳ । ଆଧୁନିକତା ଯେତେ ଆଗକୁ ଯାଉଛି ଶରୀରକୁ ସେତେ ପ୍ରକାର ରୋଗ ଆକ୍ରମଣ କରୁଛି । ଲୋକମାନେ କିପରି ସୁସ୍ଥ ରହିବେ ତାହାକୁ ନେଇ ମଧ୍ୟ ବହୁ ଚିନ୍ତାରେ ରହୁଛନ୍ତି । କିଛି ଲୋକ ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟ ଖାଇଥାନ୍ତି । ଖାଦ୍ୟ ମଧ୍ୟରେ ଶ୍ରେଷ୍ଠ ହେଉଛି ଫଳ । ଅଧିକାଂଶ ଲୋକ ନିଜର ଡାଏଟ୍ ପ୍ଲାନରେ ଫଳ ହିଁ ସାମିଲ କରନ୍ତି । ପ୍ରାୟତଃ ରୁଟି, ସନ୍ତୁଳାକୁ ମଧ୍ୟ ପ୍ରଧାନ୍ୟ ଦିଆଯାଏ । ଡାକ୍ତର ମାନେ ମଧ୍ୟ ଏଭଳି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସବୁ ପ୍ରକାର ଫଳ ହେଉ କି ପରିବା ଭିନ୍ନ ଭିନ୍ନ ଭିଟାମିନ ରହିଥାଏ । ତେବେ କିଛି ସାମଗ୍ରୀରେ ସାଇଡ୍ ଇଫେକ୍ଟ ମଧ୍ୟ ଦେଖାଯାଏ ।


ଏପରି କିଛି ଜିନିଷ ରହିଛି ଯାହା କଞ୍ଚା ବେଳେ ପରିବା ଓ ପାଚିବା ପରେ ଫଳ ଭାବେ ବିବେଚନା କରାଯାଏ । ଅମୃତଭଣ୍ଡା ପାଚିବା ପରେ ଫ୍ରୁଟ୍ ସାଲାଡ୍ ଓ କଞ୍ଚା ପରିବାକୁ ସନ୍ତୁଳାରେ ବ୍ୟବହାର କରାଯାଏ । କିନ୍ତୁ ଆପଣ କ’ଣ ଜାଣନ୍ତି କି ? ଅମୃତଭଣ୍ଡା ଖାଇବା କିଛି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ । ଅତ୍ୟଧିକ ଅମୃତଭଣ୍ଡା ଖାଇବା ଦ୍ବାରା କିଛି ଅମୃତଭଣ୍ଡା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

ହେଲେ କେଉଁମାନଙ୍କ ଶରୀର ପ୍ରତି ହାନିକାରକ ତାହା ମଧ୍ୟ ଜାଣି ରଖିବା ଉଚିତ୍ ।
ପେଟ ସମସ୍ୟା ଥିଲେ ; ଅମୃତଭଣ୍ଡାରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ବ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଡାଇରିଆରେ ପୀଡିତ, ତେବେ ଆପଣ ଏହି ଫଳ ଖାଇବାରୁ ଦୂରେଇ ରୁହିବା ଉଚିତ୍ । ଏହା ସହିତ ଅଧିକ ଅମୃତଭଣ୍ଡା ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ହୋଇଥାଏ ଏବଂ ଡାଇରିଆ ହେବାର ସମ୍ଭାବନା ମଧ୍ୟ ରହିଛି ।


ଗର୍ଭବତୀ ମହିଳା ; ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା କ୍ଷତିକାରକ ହୋଇପାରେ । ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ବିନା ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ଯଦି ଏପରି ସମସ୍ୟାର ଶିକାର ହେବାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଦୈନନ୍ଦିନ ଖାଦ୍ୟ ଯୋଜନାରେ ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ସାମିଲ କରିବା ଉଚିତ୍ ନୁହେଁ ।


ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିଲେ ; ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ଲୋକମାନେ ଅମୃତଭଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ । ଏଥି ସହ ମନେ ରଖିବା ଉଚିତ୍ ଯେ ଅମୃତଭଣ୍ଡାରେ ମିଳୁଥିବା କିଛି ଉପାଦାନ ଶ୍ସାସକ୍ରିୟା ଜନିତ ରୋଗ ସ୍ରୁଷ୍ଟି କରିପାରେ । ଏହା ବ୍ୟତୀତ ଏହି ଫଳ ଖାଇବା ଯୋଗୁଁ କିଛି ଲୋକଙ୍କୁ ଆଲର୍ଜି ମଧ୍ୟ ହୋଇଥାଏ ।