ବ୍ୟୁରୋ : “ଜଳ ବହୁଳେ ସୃଷ୍ଟି ନାଶ, ଜଳବିହୁନେ ସୃଷ୍ଟି ନାଶ”…..
ସାଧାରଣତଃ ମନୁଷ୍ୟ ସମାଜ ଜାଣତରେ ହେଉ କି ଅଜାଣତରେ ପ୍ଲାଷ୍ଟିକ ସହିତ ଖୁବ ଜଡିତ । ଚାହିଁଲେ ବି ପ୍ଲାଷ୍ଟିକକୁ ବ୍ୟବହାରରୁ ଏବଂ ଜୀବନରୁ ବାହାର କରିବା ଏକ ପ୍ରକାର ଅସମ୍ଭବ । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଠାରୁ ପ୍ଲାଷ୍ଟିକ ପ୍ଲେଟରେ ଖାଦ୍ୟ ଖାଇବା । ମଣିଷ ଏବେ ପ୍ଲାଷ୍ଟିକ ଉପରେ ଅନେକ ନିର୍ଭରଶୀଳ । ମାତ୍ର ସାବଧାନ, ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ହୋଇପାରେ ହାନିକାରକ ।
ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ବି ଜୀବନ ପ୍ରତି ବିପଦ ଆଣିପାରେ କାରଣ ଆମେ ପିଉଥିବା ୧ ଲିଟର ପ୍ଲାଷ୍ଟିକ୍ ବୋତଲ ପାଣିରେ ୨ ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ ଥାଏ । ଆଉ ଏହି ନାନୋ ପ୍ଲାଷ୍ଟିକ ହୃଦରୋଗ ବି ସୃଷ୍ଟି କରେ ତା ସହ ପ୍ଲାଷ୍ଟିକ ବୋତଲରେ ପାଣି ହୃଦରୋଗୀଙ୍କ ପାଇଁ ବି ଅଧିକ ସମସ୍ୟା ଆଣିପାରେ ।
ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର କହିବା ଅନୁସାରେ ଆମ ଖାଦ୍ୟରେ, ଆମ ପାନୀୟରେ ଏବଂ ଆମ ନିଶ୍ବାସରେ ଭିତରକୁ ଯାଉଥିବା ପ୍ଲାଷ୍ଚିକ କଣିକା ହୃଦୟ ଉପରେ ବଡ ପ୍ରଭାବ ପକାଇ ବ୍ଲକେଜ୍ ଭଳି ସମସ୍ୟା ସୃଷ୍ଚି କରେ । ତେଣୁ ହୃଦରୋଗୀମାନେ ଯେତେ କମ୍ ପ୍ଲାଷ୍ଟିକ ବୋତଲରୁ ପାଣି ପିଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ତେବେ ପ୍ଲାଷ୍ଟିକ ବୋତଲର ପାଣି ସ୍ଲୋ ପଏଜନ ପରି ଏହା ଧିରେ ଧିରେ ଆମ ଶୀରରରେ ପ୍ରଭାବ ପକାଏ । ବଜାରରେ ମିଳୁଥିବା ସୁନ୍ଦର ପ୍ଲାଷ୍ଟିକ ବୋତଲର ପ୍ରଚୁର କେମିକାଲ ଓ ବ୍ୟାକ୍ଟେରିଆ ଥାଏ । ଏସବୁ ବୋତଲରୁ ଫ୍ଲୋରାଇଡ୍ ଏବଂ ଆର୍ସେନିକ ପରି ହାନିକାରକ ପଦାର୍ଥ ବାହାରେ ଯାହା ଶରୀର ପାଇଁ ସ୍ଲୋ ପଏଜନ ପରି । ପ୍ଲାଷ୍ଟିକ ବୋତଲର ପାଣି ସ୍ତନ କର୍କଟ, ଡାଏବେଟିସ, ମେଦବହୁଳତା, ଲିଭର କ୍ୟାନ୍ସର, ମାଇଗ୍ରାନ ପରି ସମସ୍ୟା ସୃଷ୍ଚି କରେ । ତେଣୁ ଯେତେ ସମ୍ଭବ ପ୍ଲାଷ୍ଟିକ ବୋତଲର ପାଣି ଠାରୁ ଦୂରେଇ ରୁହନ୍ତୁ ଏବଂ ମାଟି ପାତ୍ର କିମ୍ବା କାଚ ବୋତଲରୁ ପାଣି ପିଅନ୍ତୁ ।