୨୦୨୨ ସୁଦ୍ଧା ବୋଡୋଲ୍ୟାଣ୍ଡ ଚୁକ୍ତି ଉପରେ ବିଜେପି ଦେଇଥିବା ପ୍ରତିଶ୍ରୁତି ରକ୍ଷାକରିବ: ଶାହା

0

ଦିଶପୁର: ଆଜି ଆସାମର ଚିରାଙ୍ଗରେ ଅନୁଷ୍ଠିତ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବୋଡୋଲାଣ୍ଡ ଚୁକ୍ତିକୁ ନେଇ ବିଜେପି କରିଥିବା ସମସ୍ତ ପ୍ରତିଶ୍ରୁୁତି ୨୦୨୨ ସୁଦ୍ଧା ପୂରା କରିବ । ମୁଁ ଆଜି ଏଠ।।କୁ ଆସିଛି ଏହି ପ୍ରତିଶ୍ରୁତି ଦେବାକୁ କି, ଭାରତ ସରକାର ୨୦୨୨ ପୂର୍ବରୁ ଆସାମରେ ଶାନ୍ତି ପ୍ରତିଷ୍ଠା ପାଇଁ ବୋଡୋ ଚୁକ୍ତିକୁ ନେଇ କରିଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରା କରିବ । ଆସାମ ବନ୍ୟାକୁ ନେଇ ବିଜେପିର ଏହି ନେତା ଆହୁରି କହିଛନ୍ତି, ରାଜ୍ୟରୁ ବନ୍ୟାରୁ ମକ୍ତି ଦେବା ଜରୁରୀ ହୋଇ ପଡିଛି ।
ଶାହା ଆହୁରି କହିଛନ୍ତି, ଆମ ସଂକଳ୍ପ ପତ୍ରରେ ଆମେ ପ୍ରତିଶ୍ରୁତି ଦେଇଛୁ କି, ଆଗାମୀ ୫ ବର୍ଷ ମଧ୍ୟରେ ଆସାମକୁ ବନ୍ୟାମୁକ୍ତ ରାଜ୍ୟରେ ପରିଣତ କରିବୁ । ଏହି ଅବସରରେ ବଦ୍ରୁଦ୍ଦିନ ଅଜମଲଙ୍କ ଦଳ ଆଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ( ଏଆଇୟୁଡିଏଫ) ସହ ରାହୁଲ ଗାନ୍ଧୀଙ୍କ ମେଣ୍ଟ ଉପରେ ଆକ୍ରମଣ କରି ଶାହା କହିଛନ୍ତି, ଆଜିକାଲି ରାହୁଲ ବାବା ଆସାମରେ ପର୍ଯ୍ୟଟକ ପରି । ସେ କହିଛନ୍ତି ବଦ୍ରୁଦ୍ଦିନ ଆସାମର ପରିଚୟ ପାଲଟିଛନ୍ତି । ଆପଣମାନେ କୁହନ୍ତୁ, ଆଜମଲ ଆସାମର ପରିଚୟ ନା ଭୁପେନ ହଜାରିକା, ଉପେନ୍ଦ୍ର ନାଥ ଓ ଶଙ୍କର ଦେବ ରାଜ୍ୟର ପରିଚୟ? କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଆସମଲ କେବେ ଆସାମର ପରିଚୟ ହୋଇପାରିବେ ନାହିଁ ।
ସୂଚନାଯୋଗ୍ୟ, ଏପ୍ରିଲ ୧ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ, ଓ ଶେଷ ପର୍ଯ୍ୟାୟ ଏପ୍ରିଲ ୬ରେ ଅନୁଷ୍ଠତ ହେବ । ମେ ୨ରେ ନିର୍ବାଚନ ଫଳାଫଳ ବାହାରିବ ।