ବରଗଡ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ତାଙ୍କୁ ବରଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଭେଣ୍ଟିଲେଟର ଆମ୍ବୁଲାନ୍ସ ଯୋଗେ ବରଗଡ଼ରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ସୁଶାନ୍ତ । ତାଙ୍କ ପରିବାର ସଦସ୍ୟ ଏ ବିଷୟରେ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ, ବିଜେଡିର ବରିଷ୍ଠ ନେତା ସୁଶାନ୍ତ ସିଂଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ନିଆଯାଇଛି।