ଜେଲ ଦଣ୍ଡାଦେଶ ଭୋଗିବେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ

0

୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । କେବଳ ସେ ନୁହେଁ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଉଭୟଙ୍କ ବିବାହକୁ ବେଆଇନ୍‌ ଘୋଷଣା କରି କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ ତଥା ପିଟିଆଇ ସଂସ୍ଥାପକ ଇମ୍ରାନ୍‌ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିବାହକୁ ବେଆଇନ୍‌ ଘୋଷଣା କରାଯାଇଛି। ୨୦୧୮ର ବିବାହ ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପାକିସ୍ତାନର ଏକ କୋର୍ଟ ଉଭୟଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି।

ବୁଶରା ନିଜ ପୂର୍ବତନ ସ୍ୱାମୀଙ୍କୁ ଛାଡପତ୍ର ଦେବା ଓ ଇମ୍ରାନ ଖାନ୍‌ଙ୍କ ସହ ବିବାହ କରିବା ପାଇଁ ଇସ୍‌ଲାମ ଦ୍ୱାରା ନିର୍ଦ୍ଧାରିତ ପ୍ରତିକ୍ଷା ଅପବଧି, ଯାହାକୁ ‘ଇଦ୍ଦତ୍‌’ କୁହାଯାଏ ତାକୁ ପୂରା କରିନଥିବା ଅଭିଯୋଗ ରହିଛି। ତାକୁ ପୂରା କରିନଥିବା ଅଭିଯୋଗ ରହିଛି।

ପୂର୍ବରୁ ଜେଲରେ ବନ୍ଦ ଥିବା ୭୧ ବର୍ଷୀୟ ଇମ୍ରାନ ଖାନ୍‌ଙ୍କୁ ଗୁପ୍ତ ତଥ୍ୟ ଲିକ୍‌ କରିବା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡଦଣ୍ଡିତ କରାଯାଇଥିଲା। ଏହାପରେ ତୋଶଖାନା ମାମଲାରେ ତାଙ୍କୁ ୧୪ ବର୍ଷ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ।

ବର୍ତ୍ତମାନ ଉଭୟ ଇମ୍ରାନ ଖାନ ଏବଂ ବୁଶ୍‌ରା ବିବିଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖାଯାଇଛି। ଇମ୍ରାନ ଖାନ ରାୱଲପିଣ୍ଡିର ଗ୍ୟାରିସନ ସିଟି ଜେଲରେ ଥିବାବେଳେ ତାଙ୍କ ପତ୍ନୀଙ୍କୁ ଇସଲାମାବାଦର ପାହାଡ ଶୀର୍ଷରେ ଥିବା ନିଜ ବଙ୍ଗଳାରେ ଦଣ୍ଡ ଭୋଗିବାକୁ ଅନୁମତି ଦିଆଯାଇଛି।