ପରୀକ୍ଷା ଦିନ ସକାଳୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର

0

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଚଳିତ ମାସ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏନେଇ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏହି ବୈଠକରେ ପୋଲିସ ଡିଜି ଆର.ପି. ଶର୍ମା, ଗଣ ଶିକ୍ଷା ବିଭାଗ ପ୍ରମୁଖ ସଚିବ ସାମିଲ ଥିଲେ । ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବାକୁ ମୁଖ୍ୟ ଶାସନା ସଚିବ ନର୍ଦ୍ଦେଶ ଦେଇଛନ୍ତି । ଏହା ସହ ପରୀକ୍ଷା ବେଳେ ବେଆଇନ କାର୍ୟ୍ୟ ଧର୍ତ୍ତବ୍ୟ ଓ ଜାମିନ ଅଯୋଗ୍ୟ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।
ପରୀକ୍ଷା ଦିନ ସକାଳୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ସେଣ୍ଟରକୁ ମୋବାଇଲ ପ୍ରବେଶକୁ ସମ୍ପର୍ଣ୍ଣ ନିଷିଦ୍ଧ କାରାଯାଇଛି । ସଚିବାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ ଅବାଧ କରିବା ପାଇଁ ବୈଠକରେ ପରୀକ୍ଷାକେନ୍ଦ୍ର ପରିଚାଳଣା, ପ୍ରଶ୍ନ ପତ୍ର ପ୍ୟାକେଟ ବିତରଣ, ଉତ୍ତରଖାତା ପରିବହନ , ମୂଲ୍ୟୟନ ଓ ସୁରକ୍ଷା ବ୍ୟବସ୍ତା ନେଇ ବିସୃତ ଆଲୋଚନା କରାଯାଇଛି ।