ଆଗକୁ ଅଛି ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ ହେଲେ ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି ହେବ କାର୍ୟ୍ୟାନୁଷ୍ଠାନ

0

(ରିିପୋର୍ଟସ ଟୁଡ଼େ /ମୃତ୍ୟୁଞ୍ଜୟ ): ପ୍ରତି ବର୍ଷ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ଘଟୁଥିଲେ ମଧ୍ୟ ଚଳିତ ବର୍ଷ କିଭଳି ଭାବରେ ତ୍ରୁଟି ବିଚ୍ୟୁତ ଢଙ୍ଗରେ ପରୀକ୍ଷା ହେବ ସେନେଇ ବିଭିନ୍ନ ପ୍ରଚେଷ୍ଟା କରାଯାଉଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି।
ସମୀର ଦାଶ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲକୁ ନେଇ କହିଛନ୍ତି ଯେ, ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ। ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ହେବ। ଭାଇରାଲ୍ ନହେବା ପାଇଁ କୋଡ଼ିଂ ବ୍ୟବସ୍ଥା ହୋଇଛି। ଆଶା କରୁଛୁ ଏଥର ପ୍ରଶ୍ନପତ୍ର ଭାଇରାଲ୍ ହେବନି। ପରୀକ୍ଷା କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ, ପିଲାମାନେ କିଭଳି ଭାବରେ ତ୍ରୁଟି ବିହୀନ ପରୀକ୍ଷା ଦେବେ ସେନେଇ ସରକାର ଚିନ୍ତାରେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି।
ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ଏଥର ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ଦେବେ।
ଗତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ପାଇବେ ମାତ୍ରେ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ପ୍ରଶ୍ନପତ୍ର । ଯାହାକୁ ନେଇ ଛାତ୍ରଛାତ୍ରୀ ସମେତ ଅଭିଭାବକ ମାନେ ବିରୋଧର ସ୍ୱର ଉଠାଇଥିଲେ ।