ନୂଆଦିଲ୍ଲୀ: ଆଗକୁ ହେବ ନାହିଁ ଦ୍ୱିତୀୟ ଶ୍ରେଣୀରେ ପରୀକ୍ଷା । ଏହା ଅନୁପଯୁକ୍ତ ବୋଲି କହିଛନ୍ତି ନ୍ୟାସନାଲ୍ କରିକୁଲାମ୍ ଫ୍ରେମ୍ୱାର୍କ(ଏନସିଏଫ) ଡ୍ରାଫ୍ଟରେ ସୁପାରିସ କରାଯାଇଛି । ଏନ୍ଏଫସି ବିଜଜ୍ଞପ୍ତିରେ ହୋଇଛି ଯେ ପିଲାଙ୍କୁ କିପରି ଆଗକୁ ପିଲାଙ୍କୁ ଭାରାକ୍ରାନ୍ତ କରୁନଥିବ । ଏହି ତାଲିକାରେ ଦେଥିବାକୁ ମିଳିଛି । ଏନସିଏଫ ଏହି ବିଜ୍ଞପ୍ତି କୁ ରିଲିଜ କରି ଅଭିଭାବକ,ଶିକ୍ଷକ ଏବହ ବିଦ୍ୱାନ ମାନଙ୍କ ମତାମତ ଲୋଡିଛନ୍ତି । ଇସ୍ରୋ ର ପୂର୍ବତନ ମୁ୍ଖ୍ୟ କେ. କସ୍ତୁରୀରଙ୍ଗନ୍ଙ୍କ ନେତୃତ୍ୱରେ କମିଟି ପ୍ରସ୍ତୁତ କରାଯାଇଥିଲା
ପିଲାମାନେ ପୃଥକ୍ ଭାବେ ଶିଖନ୍ତି ଓ ଯାହା ଶିଖନ୍ତି ତାହାକୁ ପୃଥକ୍ ଭାବେ ବ୍ୟକ୍ତ ମଧ୍ୟ କରନ୍ତି ତେଣୁ, ଏକ ପ୍ରକାର ଶିକ୍ଷାର ଭିନ୍ନ ଭିନ୍ନ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତି କରି ତାହାର ଉପଯୁକ୍ତ ପ୍ରୟୋଗ କରିବାର ଦକ୍ଷତା ଶିକ୍ଷକମାନଙ୍କର ଥିବା ଉଚିତ।ନୂତନ ‘ଜାତୀୟ ଶିକ୍ଷାନୀତି’ (ଏନ୍ଇପି) ଅନୁଯାୟୀ ପ୍ରସ୍ତୁତି କରାଯାଉଥିବା ଏହି ବ୍ୟବସ୍ଥାରେ ପିଲାଙ୍କ ଶିକ୍ଷା ମୂଲ୍ୟାୟନ ପାଇଁ ୨ଟି ପ୍ରସ୍ତାବ ଦିଆଯାଇଛି। ସେ ଦୁଇଟି ପଦ୍ଧତି ପ୍ରାଥମିକ ସ୍ତର ପାଇଁ ଉପଯୁକ୍ତ। ତାହା ହେଉଛି, ପିଲାର ପର୍ୟ୍ୟବେକ୍ଷଣ ଏବଂ ସେମାନେ ପ୍ରସ୍ତୁତ କରିଥିବା କଳାକୃତିର ବିଶ୍ଳେଷଣ। ଏ ଦୁଇଟିରୁ ପିଲାଙ୍କ ଶିକ୍ଷା ଅଭିଜ୍ଞତା ଜଣାପଡ଼ିବ।