ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କାର୍ଯ୍ୟକ୍ରମ । ୨୮ଓ ୨୯ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଆଜି ପହଞ୍ଚିବେ ଶିଳ୍ପପତି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତର ବହୁ ବଡ ବଡ ଶିଳ୍ପସଂସ୍ଥାର ପ୍ରତିନିଧି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଯୋଗ ଦେବେ । ଏହା ସହ ପ୍ରାୟ ୨୦ଶହ ସିଆଇଆଇ କାଉନସିଲ ମେମ୍ବର ଉପସ୍ଥିତ ରହିବେ ।
ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ସକାଳ ୧୦ଟାରେ ଉଦଘାଟନ ହେବାର କର୍ଯ୍ୟେକ୍ରମ ରହିଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ତେଣୁ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ଉଦଘାଟନ କାର୍ଯ୍ୟକ୍ରମ । ପରେ ଅପରାହ୍ନରେ ଶିଳ୍ପପତି ମାନେ ୫ଟି କ୍ଷେତ୍ରକୁ ନେଇ ଆଲୋଚନା କରିବେ ଓ ପରେ ଜନତା ମୈଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।