ସର୍ଚ୍ଚ ଅପରେଶନ ସମୟରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

0

ଜମ୍ମୁ-କାଶ୍ମୀର : ସର୍ଚ୍ଚ ଅପରେଶନ ସମୟରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜମ୍ମୁ-କାଶ୍ମୀରର ରିୟାସୀ ଜିଲ୍ଲାର ଚସାନାରେ ସୋମବାର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସେନା। ଏଥିସହିତ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ସୋମବାର ଦୁଇ ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ପୋଲିସ ଏବଂ ସେନା ପକ୍ଷରୁ ମିଳିତ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଳିବିନିମୟରେ ଆହତ ପୋଲିସକର୍ମୀଙ୍କୁ ଚିକିତ୍ସା ପାଇଁ ସେନା ମେଡିକାଲକୁ ପଠାଯାଇଛି । ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ସୁରକ୍ଷାକର୍ମୀଚାରି ଆତଙ୍କୀଙ୍କୁ ନିପାତ କରିଥିଲେ ।