ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ରାଜ୍ୟରେ ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି । ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ସଚିବ ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କୁ କ୍ରିଡା ଓ ଯୁବ ସେବାର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଅର୍ଥ ସଚିବ ଅଶୋକ ମୀନା ପଞ୍ଚାୟତ ରାଜ ଓ ପାନୀୟଜଳ ସଚିବ ଭାବେ ବଦଳି କରାଯାଇଛି । ପଞ୍ଜାୟତରାଜ ସଚିବ ଡିକେ ସିଂହ ହେଲେ ଖଣି ଓ ଇସ୍ପାତ ସଚିବ । ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି ।