(କଳ୍ପତରୁ ଜେନା /ଭୁବନ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ସେବା ସମବାୟ ସମିତି ଧାନ ମଣ୍ଡିରେ ଉତେଜନା।ସମବାୟ ସମିତି ସେକ୍ରେଟେରିଙ୍କ ମନମୁଖି କାର୍ୟ୍ୟକୁ ନେଇ ଆଜି ଧାନମଣ୍ଡିରେ ଶତାଧିକ ଚାଷି ହୋହାଲ୍ଲା କରିଥିଲେ। ୨୦୨ ସିରିୟଲ ନଂ ଚାଷି ଧାନ ବିକ୍ରି କରିନଥିବା ବେଳେ ଚନ୍ଦାର ଗାଁର ଅମୁଲ୍ୟ ଦ୍ବିବେଦୀ ନାମକ ଜଣେ ଚାଷି ୫୦୫ ନଂ ସିରିୟଲ ହୋଇଥିଲେ ବି ଗତ ଜାନୁଆରି ୧୧ ତାରିଖରେ ୫୦ କ୍ବିଣ୍ଟାଲ ଧାନ ବିକିଛନ୍ତି । ଟଙ୍କା ମଧ୍ୟ ତାଙ୍କ ଆକାଉଣ୍ଟ ଯାଇଛି। ଯାହାକୁ ନେଇ ଚାଷିମାନେ ତାତିଥିଲେ । ତେବେ ଏହି ଅଧିକାରୀଙ୍କ ଉପରେ ଆଗାମି ଦିନରେ କଣ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକିରହିଲା।