ତନେଇରା ପକ୍ଷରୁ ଏକ୍ସକ୍ଲୁସିଭ ହଲିଡେ ସିଜନ ସେଲ

0

ଭୁବନେଶ୍ୱର: ଏଥେନିକୱେର କ୍ଷେତ୍ରରେ ପ୍ରମୁଖ ବ୍ରାଣ୍ଡ ଭାବେ ଜଣା ତଥା ଟାଟା ପ୍ରଡକ୍ଟ ତନେଇରା ଏକ୍ସକ୍ଲୁସିଭ ହଲିଡେ ଦିଜନ ସେଲ ଘୋଷଣା କରିଛି । ଏହି ଅଫର ମାଧ୍ୟମରେ ଗ୍ରାହକ ଶାଢି ଉପରେ ୨୦% ପର୍ଯ୍ୟନ୍ତ ଏବଂ କୃର୍ତ୍ତା ଓ କୃର୍ତ୍ତା ସେଟ ଉପରେ ୪୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଚଳିତ ଉତ୍ସବ ଏବଂ ବିବାହ ଋତୁରେ ହାତ ତିଆରି ସୌନ୍ଦର୍ଯ୍ୟକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଲାଗି ତନେଇରାର ପ୍ରତିଶ୍ରୁତିର ଏହା ପ୍ରତିଫଳନ । ଗ୍ରାହକଙ୍କ ବହୁ ବିଧ ଚାହିଦାକୁ ପୂରଣ କରିବା ପାଇଁ ଗୋଟିଏ ଛାତ ତଳେ ବିଭିନ୍ନ କଲେକ୍ସନର ବ୍ୟାପକ ସମ୍ଭାର ଉପଲବ୍ଧ ।
ଏଠାରେ ହାତ ତିଆରି ସୌନ୍ଦର୍ଯ୍ୟ ସହିତ ଚଳିତ ଉତ୍ସବ ଋତୁକୁ ପାଳନ କରିବା ପାଇଁ ଷ୍ଟୋର ପକ୍ଷରୁ କୁହାଯାଇଛି । ଆକର୍ଷଣୀୟ କଲେକ୍ସନ ଏବଂ ସୀମିତ ସମୟ ଅଫରର ଲାଭ ଉଠାଇବା ପାଇଁ ଷ୍ଟୋର ପକ୍ଷରୁ ଗ୍ରାହକଙ୍କୁ ଆମନ୍ତ୍ରଣ କରାଯାଇଛି ।
ତନେଇରା ହେଉଛି ଟାଟା ଗ୍ରୁପ କମ୍ପାନି ଅଧୀନ ଟାଇଟନ ପକ୍ଷରୁ ମହିଳାଙ୍କ ଏଥନିକ ୱେର ବ୍ରାଣ୍ଡ । ଏହା ଅନନ୍ୟ ଡିଜାଇନ ଶାଢି , ବ୍ଲାଉଜ ଏବଂ ରେଡି-ଟୁ –ୱେର କୁର୍ତ୍ତା ସେଟ ଉପଲବ୍ଧ କରିଥାଏ । ଉତ୍ସବ ହେଉ ଅବା ବିବାହ କିମ୍ବା ସ୍ୱତନ୍ତ୍ର ଅବସର ତନେଇରା ଉତ୍ପାଦ ମହିଳାଙ୍କ ପ୍ରତି ଦିନ ଫ୍ୟାଶନ ତଥା ପ୍ରତି ଅବସର ପାଇଁ ଉତ୍ପାଦ ଯୋଗାଉଛି ।
୨୦୧୭ରେ ଆରମ୍ଭ ହୋଇଥିବା ତନେଇରା ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ଏବଂ ଆରାମଦାୟକ ବ୍ରାଉଜିଂ ଅନୁଭୂତି ପ୍ରଦାନ କରୁଛି । ଷ୍ଟୋରରେ ଥିବା ଷ୍ଟାଫମାନଙ୍କର ଉତ୍ପାଦ ଉପରେ ବିସ୍ତୃତ ଜ୍ଞାନ ରହିଛି । ୪୦ ଟି ସହରରେ ୮୧ ଷ୍ଟୋର ସହିତ ଏକ ମଜଭୁତ ନେଟୱାର୍କ ମାଧ୍ୟମରେ ଏହା ମାନଯୁକ୍ତ ସେବା ପ୍ରଦାନ କରୁଛି । ସମସ୍ତ ପ୍ରମୁଖ ମେଟ୍ରୋ ହବଗୁଡିକରେ ତନେଇରାର ଉପସ୍ଥିତି ରହିଛି । ସେପଟେ ତନେଇରା ମଧ୍ୟ ଅନଲାଇନ ରେ ଉପଲବ୍ଧ ।