ଅସହାୟକୁ ହାତ ବଢାଲେ ବିଜିଗୋଳ ସୂରକ୍ଷା ସଂଘ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ପଞ୍ଚାୟତର କରଡେଇ ଗ୍ରାମର ଝୁମ୍ପୁଡୁ ବସ୍ତିରେ ୨୦ବର୍ଷରୁ ଅଧିକ ଦିନ ରହିଆସୁଥିଲେ କରି ସିଂ । ବ୍ୟକ୍ତି ଜଣକ ଜାନୁ ହାଡ ଭାଙ୍ଗି ଯିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହି ଖବର ପାଇବା ପରେ ବିଜିଗୋଳ ସୂରକ୍ଷା ସଂଘ ସମ୍ପାଦକ ହେମନ୍ତ କୁମାର ପ୍ରଧାନଙ୍କ ପହଞ୍ଚିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ୧୦୮ଜରୁରୀ କାଳୀନ ଗାଡିରେ କଣିହାଁ ମେଡିକାଲ୍ କୁ ନେଇ ଚିକିତ୍ସା କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ।

ପ୍ରାୟ ୧୦ଦିନ ହେବ ସାଇକେଲରୁ ପଡି କରି ସିଂହଙ୍କ ବାମ ଗୋଡ ଯାନୁ ଭାଙ୍ଗିଯାଇଥିଲା । ସ୍ଥାନୀୟ ଶିଳ୍ପ ସଂସ୍ଥାରେ ଦିନ ମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିବା ବେଳେ ତାଙ୍କର ଏଭଳି ଦୁର୍ଘଟଣା ବୋଝ ଉପରେ ଲଳିତା ବିଡା ସଦୃଶ। ପରିବାର କହିଲେ କରି ସିଂଙ୍କ ଏକମାତ୍ର ୯ବର୍ଷର ପିଲାକୁ ନେଇ ଝୁମ୍ପୁଡିରେ ରହିଆସୁଥିଲେ ।କରି ସିଂ ପୂର୍ବରୁ ରାଉଲକେଲା ଅଞ୍ଚଳର ଥିବା ବେଳେ ଏଠି ଦୀର୍ଘବର୍ଷ ହେବ ରହି ମଜୁରୀ କରି ଚଳି ଆସୁଛନ୍ତି।ଅଘଟଣା ଦିନ ଠାରୁ ଆଜି ପର୍ୟ୍ୟନ୍ତ ଦୁଇ ମୁଠା ଖାଦ୍ୟ ଖାଇବା କଷ୍ଟ ସାଧ୍ୟ ହୋଇପଡିଥିଲା। ଆର୍ଥିକ ଅନାଟନ କାରଣରୁ ନିରୁପାୟ ହୋଇ ଝୁମ୍ପୁଡି ଘରେ ଏଭଳି ଯନ୍ତ୍ରଣା ଭୋଗୁଥିଲେ । ଅଧିକ ଚିକିତ୍ସା ଆବଶ୍ୟକତା ଥିବାରୁ ସ୍ୱେଛାସେବୀ କିନ୍ନର ଚିନ୍ମୀୟୀ ଦାଶଙ୍କୁ ସମ୍ପାଦକ ହେମନ୍ତ ପ୍ରଧାନ ଯୋଗାଯୋଗ କରିଥିଲେ । ଅନୁଗୁଳୁ ଜିଲ୍ଲା ମେଡିକାଲକୁ ରାମ ସିଂ ଙ୍କୁ ରେଫର କରାଯାଇଥିଲା ।

ଅନୁଗୁଳୁ ଜିଲ୍ଲାରେ କରୋନା ବିପଦ ବେଳେ ଚର୍ଚ୍ଚାରେ ରହି ଥିବା ସ୍ୱେଛାସେବୀ କିନ୍ନର ଚିନ୍ମୟୀ ଦାଶଙ୍କ ଉଦ୍ୟମରେ ରାମ ସିଂଙ୍କୁ ଅନୁଗୋଳ ଜିଲ୍ଲା ମେଡ଼ିକାଲରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ରେଫର କରାଯାଇଥିଲା। ଏବେ ରାମ ସିଂହଙ୍କ ଅବସ୍ଥାରେ ସୁଧାର ହୋଇଥିବା ଚିକିତ୍ସିତ ଡାକ୍ତର ସୂଚନା ଦେଇଥିବା ସ୍ବେଚ୍ଛାସେବୀ କିନ୍ନର ଚିନ୍ମୟୀଙ୍କ ସୂତ୍ରରୁ ପ୍ରକାଶ। ସ୍ବେଚ୍ଛାସେବୀ ସୁଲେନ କୁମାର ଧର, ପିଣ୍ଟୁ ସାହୁ, ଅନୀଲ୍ ସେଠି, ସୂର୍ୟ୍ୟକାନ୍ତ ସାହୁ ପ୍ରମୁଖ ସଦସ୍ୟ କଣିହାଁ ସିଏଚସିରେ ଭର୍ତି କରି ଚିକିତ୍ସା କରାଇଥିଲେ ।ସଂଘର ଏଭଳି କାର୍ୟ୍ୟକୁ ସମଗ୍ର କଣିହାଁ ଅଞ୍ଚଳର ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଇଛନ୍ତି।