୫ ଦିନ ରିମାଣ୍ଡ ଅବଧି ବୃଦ୍ଧି

ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ୫ ଦିନ ରିମାଣ୍ଡ ଅବଧି ବୃଦ୍ଧି

0

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଆଉ ଏକ ସପ୍ତାହ ମାଗିବା ପରେ ଦିଲ୍ଲୀର ଏକ ଅଦାଲତ ଆଜି ତାଙ୍କ ହେପାଜତକୁ ଆଉ ୫ ଦିନ ବୃଦ୍ଧି କରିଛନ୍ତି। ଆଜି ତଦନ୍ତକାରୀ ସଂସ୍ଥା ଇଡି ତଦନ୍ତ ପାଇଁ ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିବା ବେଳେ ସିସୋଦିଆ ଇଡି ଏପର୍ୟ୍ୟନ୍ତ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯଦି ୭ ମାସ ଧରି ଏହି ମାମଲାର ତଦନ୍ତ କରିବା ପରେ ସେମାନେ ଅଧିକ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଏହି ମାମଲାରେ କ’ଣ ମିଳିଛି ତାହା ଦେଖାଇବାକୁ ପଡ଼ିବ ବୋଲି ସିସୋଦିଆଙ୍କ ଓକିଲ ଅଦାଲତରେ କହିଛନ୍ତି।
ଏହି ମାମଲାରେ ମୂଳ ଅଭିଯୋଗର ତଦନ୍ତ ସିବିଆଇ କରୁଥିବାରୁ ସିସୋଦିଆଙ୍କ ହେପାଜତ ବୃଦ୍ଧି ପାଇଁ ଇଡିର ଦାବୀକୁ ତାଙ୍କର ଓକିଲ ବିରୋଧ କରିଥିଲେ।
ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ପକ୍ଷ ରଖି କହିଛି ଯେ ସିସୋଦିଆ ଏକାଧିକ ଥର ମୋବାଇଲ୍ ଫୋନ୍ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ୧.୩୮ କୋଟି ଟଙ୍କାର କ୍ଷତି ହୋଇଛି। ଏଥିପାଇଁ ସେମାନେ ସିସୋଦିଆଙ୍କୁ ଅଧିକ ରିମାଣ୍ଡରେ ନେବାକୁ ଚାହୁଁଛନ୍ତି ବୋଲି ଅଦାଲତଙ୍କୁ କହିଥିଲେ।