ଭୁବନେଶ୍ୱର: ବର୍ଷା ଋତୁ ଆଣିଛି ସାଙ୍ଘାତିକ ଯନ୍ତ୍ରଣା । ଆଖିଧାରା ରୋଗରେ ପୀଡିତ ଅନେକ ଲୋକ । ଘରେ ଘରେ ଦୟନୀୟ ସ୍ଥିତି । ଶିଶୁ ଠାରୁ ବୟସ୍କ ସବୁରି କ୍ଷେତ୍ରରେ ସ୍ଥିତି ଯନ୍ତ୍ରଣା ଦାୟକ । ଯାହାକି ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଆଖିଧାରା ରୋଗ ସାରା ରାଜ୍ୟରେ ନିଆଁ ପରି ବ୍ୟାପି ଚାଲିଛି ଫଳରେ ଆଇ ଡ୍ରପ ଓ କଲା ଚଷମାର ଚାହିଦା ବଢ଼ିବାରେ ଲାଗିଛି ।ମିଳିଥିବା ସୂଚନା ଅନୁଯାଇ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ୫୦ ରୁ ଉର୍ଦ୍ଧ୍ୱ ଆଖୀଧରା ରୋଗୀ ଆସିଛନ୍ତି ଏଥିସହ ଜ୍ୱରରେ ପୀଡିତ ରୋଗୀ ସଂଖ୍ୟା ବି ବୃଦ୍ଧି ପାଉଛି । ତେବେ ଚାରିଆଡେ ଆଖିଧରା ବ୍ୟାପୁଥିବା ବେଳେ ବଜାରରେ ହଟାତ ଆଇ ଡ୍ରପ ଓ କଳା ଚଷମାର ଚାହିଦା ବଢିଯାଇଛି । ତେବେ ଆଖିଧାରା ରୋଗରୁ କେମିତି ନିଜକୁ ସତର୍କ ରଖିବେ କଣ କରିବା ଉଚିତ କଣ କରିବା ଅନୁଚିତ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ଏଥିସହ ରାଜ୍ୟରେ ଆଖିଧରା ରୋଗ ସଂଖ୍ୟା ବୃଦ୍ଧି ଘଟିଛି ବୋଲି ସ୍ୱୀକାର କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ଏଥିସହ ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ଅପିଲ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ସେ ଆହୁରି ମଧ୍ୟ କହିଛନ୍ତି ଆଖି ଧରା ହେଉଛି ଭାଇରସ ଜନିତ ରୋଗ । ସାଧାରଣତଃ ସିଜନ ଚେଞ୍ଜ ହେଲେ ତାପମାତ୍ରାରେ ପରିବର୍ତ୍ତନ ହେଲେ କିଛି ଭାଇରସ ଆକ୍ଟିଭ ହୁଅନ୍ତି । ଥଣ୍ଡା କାଶ ମଧ୍ୟ ଏହି ସମୟରେ ହୁଏ । ସେହି ଅନୁସାରେ କିଛି ସଂଖ୍ୟା ବଢିଛି । ଏହା ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଯାଏ,ରୁମାଲ, ଆଖିରେ ହାତ ମାରିବା ପର୍ସନ ଟୁ ପର୍ସନ କଣ୍ଟାକ୍ଟରେ ବ୍ୟାପେ । କିଏ କାହାକୁ ଚାହିଁଲେ ଏହା ବ୍ୟାପେନାହିଁ । ସଚେତନ ରହିଲେ ବିଶେଷ ଅସୁବିଧା ନାହିଁ। ସପ୍ତାହ ଭିତରେ ଭଲ ହୋଇଯାଏ ଆଖି ଧରା ।