ସୋନପୁର : ସଡକ ସୁରକ୍ଷା ମାସ ୨୦୨୫ ପାଳନ ଅବସର ରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ। ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀଙ୍କ ଅନୁରୋଧ କ୍ରମେ ସୋନପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ସମାରୁ ସାହୁ , ସମ୍ପାଦକ ଫଣିନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ଚକ୍ଷୁ ଡାକ୍ତର ଜାଗାବଳିଆ ସାହୁଙ୍କ ଉପସ୍ଥିତିରେ ସୋନପୁର ସ୍ଥାନୀୟ ବ୍ଲକ୍ ଛକରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ CDMO ଡାକ୍ତର ପ୍ରଦୀପ ଗୁରୁ ନାଲି ଫିତା କାଟି ଶୁଭ ଉଦଘାଟନ କରିଥିଲେ।
ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, MVI ବିଶ୍ଵ ରଞ୍ଜନ ସାହୁ ଙ୍କ ସହ ଟ୍ରକ୍ ମାଲିକ ସଂଘ ତରଫରୁ ଭାସ୍କର ଦାଶ, ଟୁନା ଦାଶ, କେଶବ ପୂଜାରୀ, ମାନୁ ସାହୁ, ସୁନୁ ସାହୁ, ଗୋପାଳ ଅଗ୍ରୱାଲ, ଟୁନା ସାହୁ, ସନ୍ତୋଷ ଅଗ୍ରୱାଲ , ସମୀର ଅଗ୍ରୱାଲ ଙ୍କ ସହ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋ ଓର୍ଡିନେଟର ମୋନାଜ ପଣ୍ଡା ମହାନଦୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରିଥିଲେ। ଏହି ଶିବିର ରେ ପ୍ରାୟ ୭୦ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଦୁଇ ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ରେଫର୍ ହୋଇଥିବା ଖବର ମିଳିଛି।