ମୁହଁର ଔଜ୍ଜଲ୍ୟ ପାଇଁ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଗୋଲାପ ଜଳରେ ଅଟା ମିଶାଇ , ମୁହଁରେ ଲଗାଇଲେ , ଗୋରୀ ଦିଶିବେ । ଏହା ବଦଳରେ ମସୁର ଡ଼ାଲି ସହ ଆଲମଣ୍ଡ ବାଟି ଲଗାଇପାରନ୍ତି ।
ତାଜା ସେଓ କାଟି ଧୀରେ ଧୀରେ ମୁହଁରେ ଘଷନ୍ତୁ । ଦଶ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ବ୍ଲାକ ହେଡ଼ସ ଦୂର ହୁଏ । ସେଓ ବଦଳରେ ପାଚିଲା ଅମୃତଭଣ୍ଡା , କମଳା ରସରେ ଚକଟି ଲଗାଇପାରିବେ ।
ଘିକୁଆଁରୀ ରସ ସହ ମହୁ ମିଶାଇ ମୁହଁରେ ଲଗାନ୍ତୁ । କୋଡ଼ିଏ ମିନି୍ଟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ ।
ଗୋଲାପ ଜଳ ଓ ଗୋଟିଏ ଲେମ୍ବୁରେ ରସ ଭଲ ଭାବେ ଫେଣ୍ଟି ଲଗାନ୍ତୁ । ଅଧ ଘଣ୍ଟା ପରେ ପ୍ରଥମେ ଉଷୁମ ପାଣିରେ ତାହା ପରେ ଥଣ୍ଟା ପାଣିରେ ଧୁଅନ୍ତୁ ।
ବାହାୁ ଆସିବା ପରେ ଉପରବର୍ଣ୍ଣିତ ଯେକୌଣସି ଗୋଟିଏ ଉପଚାର ନିଶ୍ଚିତ ଭାବେ କରନ୍ତୁ
ସର୍ବଦା ପୁଷ୍ଟିକର ଓ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ । ଚାପ ଓ ଅବସାଦମୁକ୍ତ ରହନ୍ତୁ ।