ରାଉରକେଲା : ଡିଜେ ବାଜିବାକୁ ନେଇ କାଉଡିଆ- ପୋଲିସ୍ ମୁହଁ ମୁହିଁ । ଝଗଡା ଏତେ ବଢିଗଲା ଯେ ପୋଲିସ୍ ଲାଠି ଚାର୍ଜ କରିବାକୁ ବାଧ୍ୟ ହେଲା । ଏଭଳି ଘଟଣା ଘଟିଛି ରାଉରକେଲାରେ । ଆଜି ଭୋରରୁ ଶତାଧିକ କାଉଡିଆ ଡିଜେ ବଜାଇ ଶୋଭାଯାତ୍ରା କରି ଶୈବପୀଠକୁ ପାଣି ଢାଳିବା ନିମନ୍ତେ ଯାଉଥିବାବେଳେ ପୋଲିସ୍ ସହ ହୋଇଛି ଧସ୍ତାଧସ୍ତି।
କାଉଡିଆ ଡିଜେ ବଜାଇବା ଦ୍ୱାରା ଶବ୍ଦ ପ୍ରଦ୍ୟୁଷଣ ହେଉଥିବାରୁ ଏହାକୁ ବନ୍ଦ ପାଇଁ କହିଥିଲା ପୋଲିସ୍ । କିନ୍ତୁ ଡିଜେ ବନ୍ଦ କରିବାକୁ ରାଜି ହୋଇନଥିଲେ କାଉଡିଆ । କାଉଡ଼ିଆମାନେ ପୋଲିସ୍ କଥାକୁ ଖାତିର ନକରି ବହୁ ଜୋର୍ ରେ ଡିଜେ ବଜାଇଥିଲେ । ଯାହାକୁ ନେଇ ପୋଲିସ୍ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ଝଗଡା ଏତେ ବଢିଯାଇଥିଲା ଯେ ରାସ୍ତା ଜାମ୍ ହୋଇଯାଇଥିଲା , ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଥିଲା । ତେଣୁ ବାଧ୍ୟ ହୋଇ ପୋଲିସ୍ ଲାଠି ଚାଳନ କରିଥିଲା ଏବଂ ଡିଜେ ଗାଡିକୁ ଥାନାକୁ ନେଇଯାଇଥିଲା ।