କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

(ସୋନପୁର / ଓମ ପ୍ରକାଶ ମିଶ୍ର ): ସୁବର୍ଣ୍ଣପୁର ରେ ଥିବା ସ୍ଥାନୀୟ କୁଞ ହୋଟେଲ ଛକଠାରେ ରାତ୍ରି ୯ ଘଣ୍ଟା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଜିଲ୍ଲା ଭାଜପା ସଭାପତି ପ୍ରମୋଦ ମହାପାତ୍ର ଙ୍କ ନେତୄତ୍ୱରେ ଶତାଧିକ ବିଜେପି ନେତା ମାନେ ଯୋଗଦେଇଥିଲେ।ଏଥିରେ ଭାଜପା ର ଶତାଧିକ ଯୁବକ, ଯୁବତୀ ଓ କର୍ମୀ ମାନେ ସାମିଲ ହୋଇଥିଲେ।ଏଥିରେ ଜିଲ୍ଲା ଶ୍ରମିକ ନେତା ଆନନ୍ଦ ବାରିକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଊଷା କୁମାରୀ, ବିଜେପି ନାରୀ ନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, ନଗର ସଭାପତି ପାପୁନ୍ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।