ନୟାଗଡ – ବହୁ ଚର୍ଚ୍ଚିତ କୁନି ଝିଅ ପରୀ ହତ୍ୟାକାଣ୍ଡକୁ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ପ୍ରତ୍ୟେକ ଦିନ ପରୀ ମୃତ୍ୟୁକୁ କିଛି ନା କିଛି ଖବର ଆସୁଛି । ପରୀର ବାପା ଅଶୋକ ସାହୁ ପରିବାରର ପ୍ରତିପୋଷଣପାଇଁ ଅଟୋ ଚଳାଉଥିଲେ । କିନ୍ତୁ ବର୍ତ୍ତମାନ ପରୀର ବାପା ଅଟୋ ବିକ୍ରି କରିବେ । ଝିଅ ପରୀ ହତ୍ୟାର ୪ ମାସର ଲଢେଇ ପରେ ବି ନ୍ୟାୟ ମିଳିଲାନାହିଁ । ସେପଟେ ଦୁବୃର୍ତ୍ତମାନେ ତାଙ୍କ ଅଟୋ ଭାଙ୍ଗିଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଅଟୋ ମରାମତି ପାଇଁ ଆଉ ସମ୍ବଳ ନାହିଁ , ତେଣୁ ପରିବାର ପ୍ରତିପୋଷଣ ଲାଗି ସେ ନିଜର ଅଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।
Edit by sanjulata sahoo