ବଲାଙ୍ଗୀର/ରାଧାକୃଷ୍ଣ ମିଶ୍ର : ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚର ତିନି ଦିନିଆ ରିମାଣ୍ଡରେ 4 ଅଭିଯୁକ୍ତ I ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ ପୋଷ୍ଟଅଫିସରେ ଛାନଭିନ କରିବା ପରେ ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଜେରା କରୁଛି I କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କ ଉପସ୍ଥିତରେ 4 ଜଣଙ୍କୁ ଫେସ ଟୁ ଫେସ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ I
3 ଦିନିଆ ରିମାଣ୍ଡ ଅବଧି ଭିତରେ ରାଜ୍ୟ ତଥା ରାଜ୍ୟ ବାହାର ଜାଲ ସାର୍ଟିଫିକେଟର ଲିଙ୍କ ଖୋଜିବା ସହ ଦଲାଲ ଓ ସହଯୋଗୀଙ୍କୁ ବାହାର କରିବ କ୍ରାଇମବ୍ରାଞ୍ଚ I ତେବେ ଜେରା ସମୟରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ପାର୍ଟନର ଆଲୋକ ରଞ୍ଜନ ଉଦ଼ଗାତା ଜାଲ କାରଖାନାର କଳା କାରବାରର ମୁଖା ଖୋଲିଛନ୍ତି ତ୍ରିବିହାରୀ ପଣ୍ଡା ଓ ପରେସ ବୁଡେକ I ତେବେ ମନୋଜ କେମିତି ଚଳାଇଥିଲା 2008 ମସିହାରୁ 2023 ପର୍ଯ୍ୟନ୍ତ ଚାଲିଥିବା ଜାଲ୍ ସାର୍ଟିଫିକେଟ କାରବାର ସତ ବଖାଣୁଛି ପାର୍ଟନର ଆଲୋକ I