ଋିପୋଟର୍ସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)- ସାବାଡ ହେବେ ମିଛ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ । କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ପ୍ରମାଣପତ୍ର ଯାଂଚ ପ୍ରକ୍ରିୟା ଜୁଲାଇ ମାସରୁ ଆରମ୍ଭ ହୋଇଛି । ଏବେ ଜାତିଗତ ପ୍ରମାଣ ପତ୍ର ଓ ମାଇଗ୍ରେସନ ସାର୍ଟିଫିକେଟ ଯାଂଚ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ୨୦୧୧ ମସିହାରୁ ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଜାତିଗତ ପ୍ରମାଣପତ୍ର ଓ ମାଇଗ୍ରେସନ ସାର୍ଟିଫିକେଟ ଚିଠି ପାଇବାର ଗୋଟିଏ ମାସ ଭିତରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ୨୦୧୧ ମସିହା ପୂର୍ବରୁ ସାଧାରଣ ବର୍ଗର ଲୋକମାନେ କୌଶଳକ୍ରମେ ଆଦିବାସୀ ,ହରିଜନ ଜାତିଗତ ପ୍ରମାଣପତ୍ର ନେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ଆଗକୁ ଏହିପରି ନହେଉ ସେଥିପ୍ରତି ଧ୍ୟାନ ଦେବାକୁ ଏହିପରି ପଦକ୍ଷେପ ନିଆଯାଇଛି ।